୨୫ରେ ଉପକୂଳ ଅତିକ୍ରମ କରିବ ସାମୁଦ୍ରିକ ବାତ୍ୟା ‘ନିଭାର’: ଦକ୍ଷିଣ ଓଡ଼ିଶାରେ ବର୍ଷିବ

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବ ଅବପାତ ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।  ଏହା ପୁଡୁଚେରୀ ଓ ତାମିଲନାଡୁ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଯାହା ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାର  ପ୍ରଭାବରେ  ୨୫ ତାରିଖରେ ଦକ୍ଷିଣ ଓଡ଼ିଶାର କନ୍ଧମାଳ, ରାୟଗଡା, କୋରାପୁଟ, ମାଲକନିଗିରି ଆଦି ଜିଲ୍ଲାମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୬ ତାରିଖରେ ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗଭୀର ସମୁଦ୍ରକୁ ଧୀବରଙ୍କୁ ବରଣ କରାଯାଇଥିବାବେଳେ, ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ସେପଟେ ଆସନ୍ତା ୪୮ ଘଣ୍ଟାରେ ୨ରୁ୩ ଡ଼ିଗ୍ରୀ ପାରଦ ଖସିବା ସହ ଆଭ୍ୟନ୍ତରୀଣ ଓ ଉପକୂଳରେ ସ୍ୱଳ୍ପ ଧରଣର କୁହୁଡି ଦେଖାଦେଇପରେ।