୨୦ରେ ଛୁଇଁବ ସ୍ଥଳଭାବ; ୧୮ରୁ ବର୍ଷା ଓ ୧୯ରୁ ପବନ ବେଗ ବଢ଼ିବ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ରୂପ ନେଇଥିବା ବାତ୍ୟା ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବ ଓଡ଼ିଶାରେ ଆଂଶିକ ଅନୁଭୂତ ହେବ । ଆସନ୍ତାକାଲି ଠାରୁ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ ଓ ୧୯ ରୁ ପବନର ବେଗ ବଢିବ ବୋଲି ଏସ ଆର୍ ସି ସୂଚନା ଦେଇଛନ୍ତି ।

ବାତ୍ୟାର ରୂପ ନେଇଥିବା ଅମ୍ପାନ ଧୀରେ ଧୀରେ ଘନୀଭୂତ ହୋଇ ଧୀର ବେଗରେ ଗତି କରୁଛି । ବାତ୍ୟା ଅମ୍ଫାନ୍ ଘଂଟା ପ୍ରତି ୩ କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ।

ଓଡ଼ିଶାରେ ବାତ୍ୟା ଅମ୍ଫାନ୍ ର ପ୍ରଭାବ ପଡିବା ସମ୍ଭାବନା ରହିଛି । ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ । ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । ୧୨ଟି ଜିଲ୍ଳାକୁ ଆଲର୍ଟ କରାଯାଇଛି । ୪ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଭଦ୍ରକରେ ବାତ୍ୟା ପ୍ରଭାବ ଅଧିକ ଥିବାରୁ ବିପଦ ରହିଛି । ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବରେ ୧୮ ତାରିଖରୁ  ଯେଉଁ ଜିଲ୍ଳାରେ ଦରକାର ପଡିବ ସେଠାରେ ଆସନ୍ତାକାଲିଠୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସ ଆର୍ ସି କହିଛନ୍ତି ।