ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଆରମ୍ଭ କରାଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ଉପରେ ମୁଖ୍ୟତଃ ଫୋକସ କରାଯାଇଛି ।

ଉପକୂଳ ଓଡ଼ିଶାରେ ୧୨୦ ଅଗ୍ନିଶମ ଟିମକୁ ସଜାଗ ରଖାଯାଇଛି । ପଶ୍ଚିମାଂଚଳରୁ ୧୫ ଟି ଦକ୍ଷିଣାଂଚଳ ରୁ ୧୫ ଟିମକୁ ଉପକୂଳବର୍ତୀ ଜିଲ୍ଲା କୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ସମୟରେ ବ୍ୟବହୃତ ହେଉଥିବା ପାୱାର ସ, ପାୱାର ବୋଟ, ଆସ୍କା ଲାଇଟ ଭଳି ଉପକରଣକୁ ପ୍ରସ୍ତୁତ କରାଯାଇଛି । ଏ ନେଇ ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।