ଫନି ମୁକାବିଲା ପାଇଁ ଜିଲ୍ଲାମାନଙ୍କର ଦାୟିତ୍ୱ ନେବେ୧୧ ଆଇପିଏସ୍

ଭୁବନେଶ୍ୱର : ଅତି ଭୀଷଣ ବାତ୍ୟାର ରୂପ ନେଉଥିବା ଫନି ଓଡ଼ିଶା ଆଡ଼କୁ ଘଣ୍ଟାକୁ ୧୪କିଲୋମିଟର ବେଗରେ ମାଡ଼ି ଆସୁଛି । ଏବେ ପୁରୀଠାରୁ  ୬୨୦କିଲୋମିଟର ଦୂରରେ ରହିଛି ଫନି । ପରିସ୍ଥିତିର ମୁକାବିଲା ଲାଗି ୧୧ଜଣ ଆଇପିଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର  ରିଲିଫ କାର୍ଯ୍ୟ ତଦାରଖ ଲାଗି ଦାୟିତ୍ୱ ଦିଆଯାଇଛି । ପୁରୀ ଜିଲ୍ଲାର ଦାୟିତ୍ୱ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଥିବା ବେଳେ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଜଗତସିଂହପୁରର ଦାୟିତ୍ୱ ଦିଆ ଯାଇଛି। ସେହିପରି ଅରୁଣ ବୋଥ୍ରାଙ୍କୁ କେନ୍ଦ୍ରାପଡ଼ା, ଏସ୍‌.କେ.ଉପାଧ୍ୟୟଙ୍କୁ ଯାଜପୁର ଓ  ଘନଶ୍ୟାମ ଉପାଧ୍ୟାୟଙ୍କୁ ନୟାଗଡ଼ ଦାୟିତ୍ୱ ଦିଆଯାଇଛି । ନିମ୍ନରେ ସଂପୂର୍ଣ୍ଣ ତାଲିକା ପ୍ରଦାନ କରାଗଲା।

ଏହାପୂର୍ବରୁ ୧୨ ଜଣ ଆଇଏଏସ ଅଧିକାରୀଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।ପୁରୀ ଦାୟିତ୍ୱରେ ଅଛନ୍ତି  ସୁରେଶ ଚନ୍ଦ୍ର ମହାପାତ୍ର। ସେହିଭଳି ଜଗତସିଂହପୁରର ସ୍ଥିତି ଉପରେ ନଜର ରଖିବେ ଆଇଏଏସ ଅଧିକାରୀ  ଶାଶ୍ୱତ ମିଶ୍ର । କେନ୍ଦ୍ରାପଡାର ସ୍ଥିତି ଅନୁଧ୍ୟାନ କରିବେ  ହେମନ୍ତ କୁମାର ପାଢୀ । ଭଦ୍ରକ ପାଇଁ ସୁଦର୍ଶନ ପାଲ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି କଟକର ସ୍ଥିତି ଉପରେ ନଜର ରଖିବା ପାଇଁ ଦୁଇ ଜଣ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ସଂଜୀବ ଚୋପ୍ରା ଏବଂ ସଂଗ୍ରାମଜିତ ନାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଖୋର୍ଧା ପାଇଁ  କ୍ରିଷନ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ଯାଜପୁର ପାଇଁ  ଅନୀଲ କୁମାର ସାମଲଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେହିଭଳି ଉପକୂଳବର୍ତ୍ତୀ ବାଲେଶ୍ୱର ଜିଲ୍ଲାରେ ଫୋନି ମୁକାବିଲା ପାଇଁ କରାଯାଉଥିବା ପ୍ରସ୍ତୁତିର ତଦାରଖ କରିବେ ୨ ଜଣ ଆଇଏଏସ ଅଫିସର । ମହମ୍ମଦ ଅବଦଲ ଅଖତର ଏବଂ  ପ୍ରେମ ଚନ୍ଦ୍ର ଚୌଧୁରୀ । ତେବେ ଭୁବନେଶ୍ୱର ଏସଆରସି ଅଫିସରେ ଅତିରିକ୍ତ ଅଫିସରରେ ଭାବେ ଦାୟିତ୍ୱ ତୁଲାଇବେ ମୋନିସା ବାନାର୍ଜୀ ।

• ଏସ.କେ.ଉପାଧ୍ୟାୟ-ଯାଜପୁର
• ପ୍ରାଣବିନ୍ଦୁ ଆଚାର୍ଯ୍ୟ- ଜଗତସିଂହପୁର
• ବିନୟାତୋଷ ମିଶ୍ର- ଭଦ୍ରକ
• ଆର.ପି.କୋଚେ- ଖୋର୍ଦ୍ଧା
• ଏସ.କେ.ପ୍ରିୟଦର୍ଶୀ- ପୁରୀ
• ଅରୁଣ ବୋଥ୍ରା-କେନ୍ଦ୍ରାପଡ଼ା
• ଅମିତାଭ ଠାକୁର- ଗଞ୍ଜାମ
• ଘନଶ୍ୟାମ ଉପାଧ୍ୟାୟ- ନୟାଗଡ଼
• ଅମିତେନ୍ଦ୍ର ନାଥ ସିହ୍ନା- ବାଲେଶ୍ୱର
• ନିଖିଲ କୁମାର କାନୋଡ଼ିଆ- କଟକ
• ଶଫିନ୍ ଅହମଦ୍ କେ- ମୟୁରଭଞ୍ଜ