ଭୁବନେଶ୍ୱର:ଓଡିଶା ଆଡକୁ ମାଡି ଆସୁଛି ସାମୂଦ୍ରିକ ଝଡ ଫନି । ଏହା ପୁରୀଠାରୁ ଆଉ ପ୍ରାୟ ୩୨୦ କିମି ଦୂରରେ ରହିଛି । ଆସନ୍ତା କାଲି ଦିନ ୧୦ଟାରେ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ । ଏହି ସମୟରେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବ । କେତେକ ସ୍ଥାନରେ ଏହା ୨୦୦ କିମି ବେଗରେ ପବନ ବହିବ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ, କଲେଜ ବନ୍ଦ ରଖାଯାଇଛି । ଏବେ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କାଲିଠାରୁ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରୁ ଯୁକ୍ତ ଦୁଇ ମୂଲ୍ୟାୟନ ବନ୍ଦ ରହିବ ଏବଂ ପ୍ରଭାବ ନଥିବା ଜିଲ୍ଲା ଗୁଡିକରେ ମୂଲ୍ୟାୟନ ଜାରୀ ରହିବ ।
ସୂଚନାଯୋଗ୍ୟ, ମଇ ୪ପରେ ବାତ୍ୟା ସ୍ଥିତି ଦେଖି ମୂଲ୍ୟାୟନର ପରବର୍ତୀ ନିଷ୍ପତି ନିଆଯିବ । ଏନେଇ ସିଏଚଏସଇ ଉପପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ ସୂଚନା ଦେଇଛନ୍ତି ।