ଫନି ପାଇଁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ବାତ୍ୟା ଫନିରେ ଭୟଭୀତ ନ ହେବା ପାଇଁ ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ନବୀନ କହିଛନ୍ତି ଯେ, ବାତ୍ୟା ଫନିରେ ପ୍ରଭାବିତ ହେଉଥିବା ଅଂଚଳରୁ ଲୋକମାନଙ୍କୁ ୧୦୦ ପ୍ରତିଶତ ସ୍ଥାନାନ୍ତର କରାଯିବ । ଏଥିପାଇଁ ଗତକାଲି ଜିଲ୍ଲାପାଳ ଏବଂ ସଚିବଙ୍କ ସହ ଆଲୋଚନା କରାଯାଇଛି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହାସହ ଏଥିରେ ଭୟଭୀତ ନହେବା ସହ ବାତ୍ୟର ମୁକାବିଲା ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ।