ଓଡିଶାରେ ପହଂଚିଲେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍

ଭୁବନେଶ୍ୱର :ଓଡିଶା ମୁହାଁ ହେଉଛି ବାତ୍ୟା ଫନି । ଧୀରେ ଧୀରେ ଏହା ତାଣ୍ଡବ ରୂପ ଧାରଣ କରୁଛି । ଘଂଟାକୁ ପ୍ରାୟ ୨୨ କିମି ବେଗରେ ଆସୁଥିବା ଏହି ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ହୋଇ ଗଲେଣି । ଏଥିପାଇଁ ଆଜି ଓଡ୍ରାଫ୍ ଏବଂ ଏନଡିଆରଏଫ ଟିମ୍ ଓଡିଶା ଆସିଛନ୍ତି ।

ତେବେ ୨୪ ଜଣିଆ ଏନଡିଆରଏଫ ଟିମ୍ ଅସ୍ତରଙ୍ଗରେ ପହଂଚିଛନ୍ତି ।ସେହି ଭଳି କୋଣାର୍କ ଏବଂ ପୁରୀରେ ୨ଟି  ଓଡ୍ରାଫ ଟିମ୍ ପହଂଚିଛନ୍ତି । ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା ପାଇଁ ସମସ୍ତ ପ୍ରକିୟା ଆରମ୍ଭ ହୋଇ ଗଲାଣି । ଅସ୍ତରଙ୍ଗରେ ୧୭ ଏବଂ କାକଟପୁରୁରେ ୨୮ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ସେଠାରେ ଅସ୍ତରଙ୍ଗବାସୀଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗେଇ ଦେବାର ବ୍ୟବସ୍ଥା ରହିଛି ।