ବାତ୍ୟା ବୁଲବୁଲ ପ୍ରଭାବ: ଆଜି ଓ କାଲି ସ୍କୁଲ ଛୁଟି

ଭୁବନେଶ୍ୱର:ବାତ୍ୟା ବୁଲବୁଲ ପ୍ରଭାବରେ ଆଜି ଓ କାଲି ରାଜ୍ୟର ତିନୋଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ପୁରୀ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ସପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । 

ସେହିପରି ଆସନ୍ତାକାଲି ଏହି ଜିଲ୍ଲା ସମେତ ଅନ୍ୟ ୬ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଧା, ମୟୂରଭଞ୍ଜ ଓ ଯାଜପୁରର ସମସ୍ତ ସ୍କୁଲ ଛୁଟି ରହିବ । ଗତକାଲି ବାତ୍ୟା ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏସଆରସି ପ୍ରଦୀପ ଜେନା ଏହି ନିର୍ଦ୍ଦେଶ ଦେଇଥିଲେ । 

ତେବେ ବାତ୍ୟା ବୁଲବୁଲ ପାଇଁ ଆଜି ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ସକାଳେ ପାରଦ୍ୱୀପ ଅଂଚଳରେ ଅସରା ପରେ ଅସରା ବର୍ଷା ହେବାରେ ଲାଗିଛି । ଏପରିକି ପବନର ବେଗ ମଧ୍ୟ ଅଧିକ ରହିଛି । ଆଉ ୧୨ ଘଂଟା ମଧ୍ୟରେ ବୁଲବୁଲ ଉତ୍ତର ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ସେହିପରି ୧୦ ତାରିଖରେ ଏହା ପଶ୍ଚିମବଙ୍ଗ ବା ବାଂଲାଦେଶରେ ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି ।