ଭୁବନେଶ୍ୱର:ବାତ୍ୟା ବୁଲବୁଲ ଦୁର୍ବଳ ହୋଇଛି କିନ୍ତୁ ଅନେକ ସ୍ଥାନରେ ରଚିଛି ତାଣ୍ଡବ । ବ୍ୟାପକ କ୍ଷୟକ୍ଷତି ଘଟାଇଛି ବୁଲବୁଲ । ଆଜି ଭଦ୍ରକ ଚାନ୍ଦବାଲିରେ ଆରଡିସି ଅନୀଲ କୁମାର ସାମଲ ବାତ୍ୟା କ୍ଷୟକ୍ଷତି ଆକଳନ କରୁଛନ୍ତି ।
ବାତ୍ୟା ବୁଲବୁଲ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁରରେ ପ୍ରବଳ ବର୍ଷା ଓ ୭୦ରୁ ୮୦ କିମି ବେଗରେ ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା, ଘର ଦ୍ୱାରା ଭାଙ୍ଗିବା,ବିଦ୍ୟୁଲ ପୋଲ ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି । ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ । ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆରଡିସି ଅନୀଲ କୁମାର ସାମଲ ପହଂଚିଛନ୍ତି । ସେ ଚାନ୍ଦବାଲିର ବିଭିନ୍ନ ଅଂଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି । ସେଠାରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି ।
ଚାନ୍ଦବାଲି ବ୍ଲକରେ କେତେ ଫସଲ ହାନି ହୋଇଛି ତାହା ଏଡିଏମ , ଆରଡିସି ଓ ବିଡିଓ ଅନୁଧ୍ୟାନ କରୁଛନ୍ତି । ସେଠାରେ ଅନ୍ୟ ପଦାଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଏଠାରେ ସ୍ଥିତି ଅନୁଧ୍ୟାନ ସରିଲେ ଆରଡିସି ଭଦ୍ରକ ବାସୁଦେବପୁର ଓ ଅନ୍ୟ ବ୍ଲକ ମଧ୍ୟ ଯବା କାର୍ଯ୍ୟକ୍ରମ ରହିଛି ।