ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ବାତ୍ୟା ଅମ୍ଫାନ; ଜାଣନ୍ତୁ କେଉଁଠି କ’ଣ କ୍ଷତି ହୋଇଛି…

କୋଲକାତା: ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଲାଂଦେଶ ସୀମାନ୍ତ ସୁନ୍ଦରବନରେ ମାଡ଼ ହୋଇଛି ଅମ୍ଫାନ । ଓଡ଼ିଶା ଉପକୂଳବର୍ତି ଜିଲ୍ଲା ଗୁଡିକରେ ବିତ୍ପାତ ସୃଷ୍ଟି କଲା ପରେ ସଂଧ୍ୟାରେ ଲ୍ୟାଣ୍ଡଫଲ ହୋଇଥିଲା । ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ପରେ ଆରମ୍ଭ ହୋଇଥିଲା ବାତ୍ୟା ବିଭିଷିକା । ପଶ୍ଚିମବଙ୍ଗର କୋଲକାତା, ହୁଗଲି, ହାଓଡା, ଦକ୍ଷିଣ ଏବଂ ଉତର ୨୪ ପ୍ରଗଣା ଏବଂ ପୂର୍ବ ମେଦିନାପୁର ଜିଲ୍ଲାରେ ବାତ୍ୟାର ତାଣ୍ଡବ ଲୀଳା ଦେଖିବାକୁ ମିଳିଥିଲା । ରାସ୍ତାରେ ଉପରେ ଭାଙ୍ଗି ପଡ଼ିଥିଲା ବଡ ବଡ ଗଛ । ବିଜୁଳି ଖୁଂଟ ଉପୁଡ଼ି ପଡ଼ିଥିଲା । ତୁହାକୁ ତୁହା ବର୍ଷା ଅସ୍ତବ୍ୟସ୍ତ କରିଦେଇଛି ଜନଜୀବନକୁ ।

cyclone amphan in west bengal

କୋଲକାତା ଆଖପାଖ ସହରରେ ପ୍ରାୟ ୧୧୨ କିଲୋମିଟର ବେଗରେ ପବନ ବୋହୁଥିଲା । ଏହାର ପ୍ରଭାବରେ କୋଠା ଘରର ଝରକାର କାଚ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । କେବଳ କୋଲକାତା ସହରରେ ପ୍ରାୟ ସାଢ଼େ ୫ ହଜାରରୁ ଅଧିକ ଘର ଭାଙ୍ଗିଥିବା ଜଣାପଡିଛି । ପଶ୍ଚିମବଙ୍ଗବାସୀ ସାମନା କରୁଛନ୍ତି ଦ୍ୱିତୀୟ ମହାବାତ୍ୟା ଅମ୍ଫାନର । ଆଉ ଅମ୍ଫାନ ଲ୍ୟାଣ୍ଡଫଲ କରିବା ପରର ଏଦୃଶ୍ୟ ବୟାନ କରୁଛି କେତେ ଭୟଙ୍କର ରୁପରେ ଆସିଛି ଅମ୍ଫାନ ।

cyclone amphan in west bengal

ବାତ୍ୟା ଅମ୍ଫାନ ଅତିକ୍ରମ କରିବା ସମୟରେ କୋଲକାତା ମହାନଗର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ଘଂଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବା କାରଣରୁ ଅସ୍ତବ୍ୟସ୍ତ ହୋଇଯାଇଥିଲା ପୁରା ନଗର । ବିଶେଷ କରି କୋଲକତାର ହାୱାଡ଼ା ବ୍ରିଜ୍ ଉପରେ ଥିବା ସ୍ପିଡ୍ ବ୍ରେକର ଓ ବ୍ୟାରିକେଟ୍ ଗୁଡ଼ିକ ପବନ ମାଡ଼ରେ ଉଠିଯାଇଥିଲା । ସେମିତି ନିସ୍ତବ୍ଧ ହୋଇଥିଲା ହାୱାଡ଼ା ବ୍ରିଜ୍ । ବର୍ଷା ଓ ପବନ ମାଡ଼ ଭିତରେ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଥିଲା ।