ଶ୍ରୀମନ୍ଦିରରୁ ଉଡ଼ିଗଲା ନୀଳଚକ୍ର ବାନା

ପୁରୀ : ପୁରୀ ଶ୍ରୀମନ୍ଦିର ଉପରୁ ଗୁରୁବାର ୫ ହାତ ଲମ୍ବର ନୀଳଚକ୍ର ବାନା ଉଡ଼ି ଯାଇଥିବା ଜଣାପଡ଼ିଛି। ସାମୁଦ୍ରିକ ଝଡ଼ ‘ଫନି’ରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ବୁଧବାର ନୀଳଚକ୍ରରେ ୫ ହାତ ଲମ୍ବର ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା। ତେବେ ଏହି ୫ ହାତର ବାନା ଉଡ଼ିଯିବା ପରେ ପୁଣି ଧ୍ୱଜା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।