ପୁରୀ ଠାରୁ ୪୩୦ କିମି ଦୂରରେ ରହିଛି ସାମୁଦ୍ରିକ ଝଡ ‘ଫନି’

ଭୁବନେଶ୍ବର : ସାମୁଦ୍ରିକ ଝଡ ‘ଫନି’ ପୁରୀ ଠାରୁ ୪୩୦ କିମି ଦୂରରେ ରହିଥିବାର ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଜିଲା ପାଇଁ ରେଡ୍, ଅରେଞ୍ଜ ଓ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନର ‘ଫନି’ର ବେଗ ଘଣ୍ଟା ପ୍ରତି ୧୫ କିମି ରହିଥିବା ଜଣାପଡିଛି। ମେ ୩ ତାରିଖ ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ୍‌ରେ ‘ଫନି’ ଗୋପାଳପୁର ଠାରୁ ଚାନ୍ଦବାଲି ମଧ୍ୟରେ ସ୍ଥଳଭାବ ଛୁଇଁବ। ତେବେ ଏହା ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

ଏହି ସମୟରେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିମି ବେଗ ରହିବ। କେତେକ ସ୍ଥାନରେ ପବନର ବେଗ ଘଣ୍ଟାକୁ  ୨୦୦କିମି ରହିବ। ତେବେ ପ୍ରାକୃତିକ ବିପର୍ଯ୍ୟୟର କଡା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।