କଟକ ତାରକସୀ କାମକୁ ମିଳିଲା ଜିଆଇ ମାନ୍ୟତା

କଟକ ତାରକସୀ କାମକୁ ମିଳିଲା ଜିଆଇ ମାନ୍ୟତା । ଓଡ଼ିଶା ସମବାୟ ହସ୍ତକଳା ନିଗମ ପକ୍ଷରୁ ଏହି ଜିଆଇ ଟ୍ୟାଗ ପାଇଁ ୨୦୨୧ ଜୁଲାଇ ମାସରେ ଆବେଦନ କରାଯାଇଥଲା। ଜିଆଇ ମାନ୍ୟତା ମିଳିବା ପରେ କଟକକୁ ବିଶ୍ବ ବଜାରରେ ତାରକସୀ କାମ ପାଇଁ ଜାଣିବା ସହଜ ହେବ।

ଏଭଳି ଜିଆଇ ମାନ୍ୟତା କଟକ ତାରକସୀ କାମକୁ ବିଶ୍ବ ଵଜାରରେ ପହଞ୍ଚାଇଵା ମଧ୍ୟ ସହଜ ହେବ। ଭାରତ ସରକାରଙ୍କ ଇଣ୍ଟେଲେକଚୁଆଲ ପ୍ରପର୍ଟି ଇଣ୍ଡିଆ ନାମକ ସଂସ୍ଥା ନିକଟରେ ଏଭଳି ଆବେଦନ କରାଯାଇଥାଏ। ତୃଣମୂଳ ସ୍ତରରେ ସର୍ଭେ କରିବା ପରେ ସମ୍ପୃକ୍ତ ସଂସ୍ଥା କୌଣସି ଜିନିଷ ବା ହସ୍ତକଳାର ମୌଳିକତା ଥିଲେ ତାକୁ ଜିଆଇ ମାନ୍ୟତା ପ୍ରଦାନ କରିଥାଏ। ତେଣୁ କଟକ ତାରକସୀ କାମକୁ ଜିଆଇ ମାନ୍ୟତା ମିଳିଵା ପରେ ନିଖୁଣ କଟକି ତାରକସୀ କାମର ମୌଳିକତା ପୁଣି ଥରେ ବିଶ୍ବ ବଜାରରେ ପ୍ରମାଣିତ ହୋଇଛି।