ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ଓଡିଶା ଶାସନକୁ ପାକିସ୍ଥାନ ସହ ତୁଳନାର ମନ୍ତବ୍ୟ ପ୍ରତିବାଦ । କଟକରେ ଛାତ୍ର ବିଜେଡି ତରଫରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଓଡିଶା ପ୍ରତି ଅପମାନସୂଚକ ମନ୍ତବ୍ୟର ପ୍ରତିବାଦ କରାଯାଇଛି । ବାଦାମବାଡି ଛକରେ ଛାତ୍ର ବିଜେଡି ପକ୍ଷରୁ ବୈଜୟନ୍ତଙ୍କ ମନ୍ତବ୍ୟକୁ ନିନ୍ଦା କରାଯିବା ସହ ତୁରନ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି ହୋଇଛି । ଏନେଇ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଛି ଛାତ୍ର ବିଜେଡି । ବୈଜୟନ୍ତ ଭୁଲ ନମାଗିଲେ ସାରା ରାଜ୍ୟରେ ପ୍ରତିବାଦକୁ ଜୋରଦାର କରାଯିବ ବୋଲି ଛାତ୍ର ବିଜେଡି ଚେତାବନୀ ଦେଇଛି ।
ଫେକ୍ ଭିଡିଓ ଭାଇରାଲ କରି ସାଂସଦଙ୍କୁ ବଦନାମ୍ କରିବାକୁ ଚେଷ୍ଟା କରିଥିବା ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଯାଇ ବୈଜୟନ୍ତ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ଓଡ଼ିଶାକୁ ନେଇ ଅତ୍ୟନ୍ତ ହୀନ ମନ୍ତବ୍ୟ ଦେଇଛନ୍ତି । ସେ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଟ୍ୱିଟ୍ କରିଛନ୍ତି । ଯାହାକୁ ନେଇ ଏବେ ତୁମ୍ବିତୁଫାନ୍ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ମହଲରେ ବୈଜୟନ୍ତଙ୍କ ଏହି ଆଚରଣକୁ ନିନ୍ଦା କରାଯାଇଛି ।
cuttack student bjd wing burn effigy of jay panda