କଟକ: କଟକ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଆଜି ଅପରାହ୍ଣରେ ଏକ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଥିବା ସୂଚନା ମିଳିଛି।
ମାଲ୍ବାହୀ ଟ୍ରେନ୍ଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ବେଳେ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଟ୍ରେନ୍ର ଗୋଟିଏ ବଗି ଲାଇନ୍ଚ୍ୟୁତ୍ ହୋଇଥିବା ଜଣାପଡ଼ିଛି। ୧୦ ନମ୍ବର ଟ୍ରାକ୍ରେ ଏହା ଲାଇନ୍ଚ୍ୟୁତ୍ ହୋଇଛି।
ରେଲ୍ୱେର ଟେକ୍ନିକାଲ ଟିମ୍ ଓ RPF ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍ ଯିବା ଆସିବାରେ କୌଣସି ଅସୁବିଧା ସୃଷ୍ଟି ହୋଇନଥିବା ଜଣାପଡ଼ିଛି।