କଟକ ବ୍ୟବସାୟୀଙ୍କ ମୁହଁରେ ୩ ଭରିର ସୁନା ମାସ୍କ

କଟକ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ କରୋନା ପାଇଁ ଚାରିଆଡେ ହା ହା କାର । କୋଭିଡ-୧୯ରୁ ବଂଚିବା ପାଇଁ ଏକମାତ୍ର ଉପାୟ ହେଉଛି ମାସ୍କ ପିନ୍ଧିବା ଏବଂ ସାନିଟାଇଜ କରିବା । ଏଥିପାଇଁ ବଜାରରେ ଭଳି କି ଭଳି ମାସ୍କ ବିକ୍ରି ହେଉଛି । ଏବେ ବିଭିନ୍ନ ଡାଜାଇନର ମାସ୍କ ଟ୍ରେଣ୍ଡରେ ରହିଛି । କିଏ ସମ୍ବଲପୁର ମାସ୍କ ପିନ୍ଧୁଛି ତ ଆଉ କିଏ ନିଜ ଡ୍ରେସ୍‌କୁ ମ୍ୟାଚ୍ କରି ମାସ୍କ ପିନ୍ଧୁଛି । ତେବେ ସିଲଭର ସିଟି କଟକର ଜଣେ ବ୍ୟବସାୟୀ କରୋନାଠାରୁ ବଂଚିବା ପାଇଁ ସୁନାର ମାସ୍କ ତିଆରି କିରିଛନ୍ତି ।

କଟକ କେସରପୁର ଆଲୋକ ଫର୍ଣ୍ଣିଚରର ମାଲିକ ଆଲୋକ ନିଜ ମୁହଁରେ ସୁନାର ମାସ୍କ ପିନ୍ଧିଛନ୍ତି । ଏହି ମାସ୍କର ଓଜନର ରହିଛି ୩ ଭରି , ପାଖାପାଖି ଦେଢ଼ ଲକ୍ଷ ଟଙ୍କାର । ଏହି ସୁନାର ମାସ୍କରେ ଏକ ଛିଦ୍ର ମଧ୍ୟ ରହିଛି । ଯାହା ସାହାଯ୍ୟରେ ତାଙ୍କୁ ନିଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ । ତେବେ ଏହି ମାସ୍କ କରୋନାଠାରୁ ତାଙ୍କୁ ଦୂରେଇ ରଖିବ କି ନାହିଁ ତାହା ପ୍ରମାଣିତ ନୁହେଁ । ତାଙ୍କର ଏହି ସୁନାର ମାସ୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି ।

ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ର ପୁନେର ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧିଥିଲେ । ଯାହାର ଦାମ୍ ପାଖାପାଖି ୩ ଲକ୍ଷ ଟଙ୍କା ଥିଲା ।