ଆଇଏନଏକ୍ସ ମିଡିଆ ଦୁର୍ନୀତି : ତିହାଡ ଯିବେନି ଚିଦାମ୍ବରମ, ଜାମିନ ଖାରଜ ହେଲେ ବଢିବ ରିମାଣ୍ଡ

ନୂଆଦିଲ୍ଲୀ :ଆଇଏନଏକ୍ସ ମି଼ଡିଆ ମାମଲାରେ ସିବିଆଇକୁ ସାମ୍ନା କରୁଥିଵା ପୂର୍ବତନ ଅର୍ଥମନ୍ତ୍ରୀ ତଥା ସଂଗ୍ରେସ ସାଂସଦ ଏବେ ସିବିଆଇକୁ ସାମ୍ନା କରୁଛନ୍ତି। ସୁପ୍ରିମକୋର୍ଟରୁ ଚିଦାମ୍ବରମଙ୍କୁ ଏବେ ଆଶ୍ଵସ୍ତୀ ମିଳିଛି। ଏବେ ତାଙ୍କୁ ତିହାଡ ଜିଲ୍ଲାକୁ ଯିବାକୁ ପଡିବ ନାହିଁ। ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ହେପାଜତକୁ ଗୁରୁବାର ଯାଏଁ ବୃଦ୍ଧି କରିଛନ୍ତି। ଆଜି ଶୁଣାଣୀ ସମୟରେ ସୁପ୍ରିମକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଅନ୍ତରୀଣ ସଂରକ୍ଷଣ ପାଇଁ ସମ୍ବନ୍ଧିତ ଅଦାଲତର ଦ୍ଵାରସ୍ଥ ହେବା ପାଇଁ କହିଛନ୍ତି। 

ଅଦାଲତରେ ଚିଦାମ୍ବରମଙ୍କ ଓକିଲ କପିଲ ସିବଲ କହିଛନ୍ତି କି, ସେ ୭୪ ବର୍ଷୀୟ ବ୍ୟକ୍ତି। ତେଣୁ ତାଙ୍କୁ ଘରେ ନଜରବନ୍ଦୀ କରି ରଖାଯାଉ। ଏହା ଦ୍ଵାରା କାହାର କୌଣସୀ କ୍ଷତି ହେବ ନାହିଁ। ପି ଚିଦାମ୍ବରମ ଆଜି ସିବିଆଇ ମାମଲାରେ ନିମ୍ନ ଅଦାଲତରେ ଜାମିନ ଯାଚିକା ଦାଖଲ କରିବେ। ଯଦି ନିମ୍ନ ଅଦାଲତରୁ ତାଙ୍କୁ ଜାମିନ ଯାଚିକା ନମିଳେ ତେବେ ତାଙ୍କୁ ସିବିଆଇ ରିମାଣ୍ଡରେ ପଠାଯିବ। ସେପ୍ଟେମ୍ବର ୦୫ରେ ଅପରବର୍ତ୍ତୀ ଶୁଣାଣୀ ହେବ। ଗୁରୁବାର କୋର୍ଟ ଏହି ମାମଲାର ଶୁଣାଣୀ କରିବେ। ସେହିଦିନ ଚିଦାମ୍ବରମଙ୍କ ରିମାଣ୍ଡ ଶେଷ ହେବ। 

ନିୟମ ଅନୁସାରେ ଚିଦାମ୍ବରମ ଯେଉଁ ମାମଲାରେ ଅଭିଯୁକ୍ତ ହୋଇଛନ୍ତି ସେହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ସର୍ବାଧିକ ୧୫ ଦିନ ଯାଏଁ ରିମାଣ୍ଡରେ ରଖି ପାରିବ।