କୋରୋନା ଯୋଗୁଁ ୪ ରାଜ୍ୟରେ କର୍ଫ୍ୟୁ; ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ନେଇ ବହୁ ସ୍ଥାନରେ ଲକ୍ ଡାଉନ୍ କରାଯାଇଥିବାବେଳେ ୪ ରାଜ୍ୟ କର୍ଫ୍ୟୁ ଜାରି କରାଯାଇଛି । ପୂର୍ବରୁ ପଞ୍ଜାବ, ପଣ୍ଡିଚେରୀ ଓ ମହାରାଷ୍ଟ୍ରରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଗତକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭୋପାଳ ଓ ଜବଲପୁରରେ କର୍ଫ୍ୟୁ ଲଗାଇଛନ୍ତି । ଯଦି ଏହି ନିୟମକୁ କେହି ଭାଙ୍ଗେ, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୯୮ ହୋଇଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ଜଣଙ୍କ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।