ମସ୍ତିଷ୍କକୁ ସକ୍ରିୟ ରଖିବା ସହ ମନ ଖୁସି ରଖେ ଦହି ଭାତ

ଦହି ଭାତ ମସ୍ତିଷ୍କକୁ ସକ୍ରିୟ ରଖିବା ସହ ବ୍ୟକ୍ତିକୁ ଖୁସି ରହିବା ପାଇଁ ପ୍ରେରିତ କରିଥାଏ । ସଦ୍ୟ ଗବେଷଣାରୁ ଏହି ତଥ୍ୟ ସମ୍ପର୍କରେ ଆମେରିକୀୟ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ଗବେଷଣାରୁ ଜଣାପଡ଼ିଛି, ଦହିଭାତ ସେବନ ଦ୍ୱାରା ମସ୍ତିଷ୍କର ଗିତିବିଧି ସକ୍ରିୟ ରହିବା ସହ ସୁଖଦ ଅନୁଭବ ହୁଏ । ଦହିରେ ଥିବା ଆମିନୋ ଏସିଡ୍ ଯାହାକୁ ଟ୍ରିପ୍ଟୋଫାନ୍ ବୋଲି କୁହାଯାଏ, ଏହା ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଯୌଗିକ । ଏହା ଶରୀରକୁ କେବଳ ଫୂର୍ତ୍ତି ରଖେନାହିଁ ବରଂ ମସ୍ତିଷ୍କକୁ କ୍ରିୟାଶୀଳ କରିଥାଏ । ଯଦ୍ଦ୍ୱାରା ମଣିଷ ନିଜ ଭିତରେ ଖୁସିକୁ ଅନୁଭବ କରିପାରେ । ତତ୍ସହିତ ବିଭିନ୍ନ କାମ ଉପରେ ଧ୍ୟାନ କେନ୍ଦ୍ରିତ କରିପାରେ । ଏହି ଗବେଷଣା ସମ୍ପର୍କରେ ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍ରେ ପ୍ରକାଶ ପାଇଛି