ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ମୁହଁ ଖୋଲିଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର: ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ବିରୋଧ ବଢିବାରେ ଲାଗିଛି। ପୂର୍ବରୁ ଇସ୍କନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ବିକ୍ଷୋଭ ହୋଇଥିବାବେଳେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ।

ଏହାକୁ ଆମେ ଆଉ ସବୁ ଜଗନ୍ନାଥ ପ୍ରେମୀ ବିରୋଧ କରିବା ଉଚିତ। ଏହି ବିରୋଧ ଆହୁରି ଅଧିକ ହେବ। ଇସ୍କନକୁ ତାଗିଦ କରିବା ସମୟ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ତାଗିଦ କରିବା କଥା ବୋଲି କହିଛନ୍ତି ମହେଶ୍ବର ।

ସେହିପରି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ଏହା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ଏହା ଜ୍ଞାତସାରରେ ରହିଛି ଏବଂ ସରକାର ଏହାର ଆଇନସଙ୍ଗତ ଉଚିତ୍‌ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।