ସିଟିଇଟି-୨୦୧୯ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୮ ତାରିଖରେ ସିଟିଇଟି ବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେବ | ଦେଶର ୧୧୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବାକୁ ଥିବାବେଳେ ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୯ ତାରିଖରୁ ଆରମ୍ଭ କରାଯିବ | ସେହିପରି ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୮ ତାରିଖ ରହିଛି |

ସିବିଏସଇ ପକ୍ଷରୁ ଏହି ପରୀକ୍ଷାର ଆୟୋଜନ କରାଯାଉଥିବାବେଳେ ପୂର୍ବରୁ ସିଟିଇଟି ୨୦୧୯ ପରୀକ୍ଷାରେ ଆର୍ଥିକ ଆଧାର ଉପରେ ଥିବା ୧୦ ପ୍ରତିଶତ ସଂରକ୍ଷଣକୁ ନେଇ ଦାୟର ହୋଇଥିବା ଯାଚିକାର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଇଥିଲେ । କୋର୍ଟ ଏହି ଅଧିସୂଚନା ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ ।

କୋର୍ଟ କହିଥିଲେ ଯେ ଏହା ଏକ ନୀତିଗତ ନିର୍ଣ୍ଣୟ । ଖଣ୍ଡପୀଠ କହିଥିଲେ ଯେ କୌଣସି ବର୍ଗ ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ସଂରକ୍ଷଣ ଦିଆଯାଇପାରିବ, କିନ୍ତୁ ଉତ୍ତୀର୍ଣ୍ଣ କରିବା ପାଇଁ କୌଣସି ପାଇଁ ସଂରକ୍ଷଣ ଦିଆଯିବ ନାହିଁ । ଯାଚିକାକର୍ତ୍ତାଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକା ମୁତାବକ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ପିଟିସନ ଦାୟର କରାଯାଇଥିଲା।