ଭୁବନେଶ୍ୱର:ଓଡ଼ିଶାରେ ଜାରି ରହିଛି କରୋନା ଲକ୍ ଡାଉନ୍ କଟକଣା । ଏହାରି ମଧ୍ୟରେ ଚାକିରିଆଙ୍କ ସୁବିଧା ପାଇଁ ଆଜିଠୁ କଟକ-ଭୁବନେଶ୍ୱର ମଧ୍ୟରେ ଗଡ଼ିଲା ବସ୍।
ଲକ୍ ଡାଉନ୍ ଯୋଗୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି। ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବଢୁଛି । ତେବେ କିଛି ନିୟମରେ କୋହଳ ହୋଇଛି । ଅନେକ ଅଫିସ୍ ଖୋଲିଛି। ତେଣୁ ଚାକିରିଆ ଙ୍କ ସୁବିଧା କୁ ଦୃଷ୍ଟିରେ ରଖି ଆଜିଠୁ OSRTCର ଗୋଟିଏ ବସ୍ କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବା ଆରମ୍ଭ ହୋଇଛି। ବସ୍ଟି ଅଫିସ୍ ଟାଇମ୍ରେ ଯା’ଆସ କରିବ । ଏହି ବସ୍ ଭଡ଼ା ୩୦ଟଙ୍କା ରଖାଯାଇଛି।