ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତମ ସହର ପୁରସ୍କାରକୁ ଜନ ଅନେ୍ଦାଳନରେ ପରିରତ କର-ମୁଖ୍ୟ ଶାସନ ସଚିବ

ବର୍ଜକୁ ବିଭବ ରେ ରୂପାନ୍ତରିତ କରିବାକୁ ନିଦେ୍ର୍ଦଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତମ ସହର ପୁରସ୍କାରକୁ ଏକ ଜନ ଅାନେ୍ଦାଳନରେ ପରିଣତ କରି ବର୍ଜକୁ ବିଭବ ରେ ରୂପାନ୍ତରିତ କରିବା ନମି ନେ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ ଏବଂ ସ୍ଥାନୀୟ ସହରାଞ୍ଚଳ କତ୍ତୁର୍ପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଅାଜି ଲୋକସେବା ଭବନରୁ ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଏହି ପୁରସ୍କାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ସମୟରେ ଶ୍ରୀ ମହାପାତ୍ର ଏହିନେିଦ୍ର୍ଦଶ ଦେଇଛନ୍ତି। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତମ ସହର ପରୁସ୍କାର ଏକ ଅଭିନବ ନିଷ୍ପତ୍ତି ।ଏହାଦ୍ୱାରା ସହରାଞ୍ଚଳ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ଓ ପରିମଳ ବାବଦରେ ଏକ ସକରାତ୍ମକ ପ୍ରତିଯୋଗୀ ମନୋଭାବ ସୃଷ୍ଟି ହେବା ସହ ବହୁଲୋକଙ୍କୁଜିବୀକା ନବିର୍ାହ ସୁବିଧା ପ୍ରାପ୍ତ ହେବ ।
ଶ୍ରୀ ମହାପାତ୍ର ଅାହୁରିମଧ୍ୟ କହିଥିଲେ ‘ଅଣୁଖତ କେନ୍ଦ୍ର’ ବ୍ୟବସ୍ଥା କଠିନ ବର୍ଜବସ୍ତପରିଚାଳନା ନିମନେ୍ତ ଏକ ଉତ୍ତମ ବୈଜ୍ଞାନକି ପଦ୍ଧତି। ଏହା ଦ୍ୱାରା ସହରାଞ୍ଚଳରେ କାବର୍ନ ମାତ୍ରା କମିବ ଓ ଡ଼ମ୍ପିୟାଡ୍‌ ସମ୍ବନ୍ଧିତ ସମସ୍ୟାର ସମାଧାନ ହେବ । ବ୍ୟାପକ ସଚେତନତା , ଅଭ୍ୟାସ ପରିବତ୍ର୍ତନ ମୂଳକ ପେ୍ରରଣା ଏବଂ ଲୋକମାନଙ୍କର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଏହି ପୁରସ୍କାରକୁ ଏକ ଜନ ଅାନେ୍ଦାଳନରେ ପରିଣତ କରିବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମିଶନ ଶକ୍ତି ଏବଂ କିନ୍ନର ସମୂହର ସଦସ୍ୟମାନଙ୍କୁ ଅଣୁ ଖତ କେନ୍ଦ୍ର ଏବଂ ‘ମ୍ୟାଟେରିଅାଲ୍‌ ରିକଭରି’ କେନ୍ଦ୍ର ପରିଚାଳନା ଦାୟିତ୍ୱ ଦେବା ପାଇଁ ମୁଖ୍ୟ ଶାସନ ସଚବି ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସହରାଞ୍ଚଳରେ ଥିବା କାଗଜ ଓ ଜରି ଗୋଟାଳୀ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ମଧ୍ୟ ଏହିକେନ୍ଦ୍ର ଗୁଡିକର ବିଭିନ୍ନ କାର୍ଯ୍ୟରେ ସାମିଲ କରିବା ପାଇଁ ଶ୍ରୀ ମହାପାତ୍ର ନେିଦ୍ର୍ଦଶ ଦେଇଥିଲେ ।
ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜ.ିମାଥିଭାଥ୍‌ନନ୍‌ ପୁରସ୍କାର ପ୍ରତିଯୋଗିତାରେ ଭାଗନେବା ନିମନେ୍ତ ଅାବଶ୍ୟକ ସତ୍ର୍ତାବଳୀ, ମୂଲ୍ୟାୟନ ମାନକ ଏବଂ ମୂଲ୍ୟାୟନ ପଦ୍ଧତି ବିଷୟରେ ସବିଶେଷ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ପ୍ରତି ବର୍ଷ ୩ ଟି ବର୍ଗରେ ଦିଅାଯିବ । ଅମୃତ ଯୋଜନା ଅନ୍ତର୍ଗତ ୯ ଟି ସହର ମଧ୍ୟରୁ ପ୍ରଥମ ଦୁଇଟି, ୪୪ ଟି ପୌରାଞ୍ଚଳ ମଧ୍ୟରୁ ପ୍ରଥମ ତିନିଟି, ଏବଂ ୬୧ ଟିବିଜ୍ଞାପତି ଅଂଚଳ ପରିଷଦ ମଧ୍ୟରୁପ୍ରଥମ ତିନିଟିସହରାଞ୍ଚଳଙ୍କୁମୁଖ୍ୟମନ୍ତ୍ରୀ ସ୍ୱଚ୍ଛତମ ସହର ପୁରସ୍କାର ଦିଅାଯିବ । ବର୍ଷର ବିଭିନ୍ନ ସମୟରେ ପରିବତ୍ତତ ସ୍ଥିତିଅନୁସାରେ ପରୁସ୍କାରର ଭିତ୍ତିବଦଳିବ । ଏ ସମ୍ବନ୍ଧରେ ଅାଗୁଅା ସହରାଞ୍ଚଳମାନଙ୍କୁବିସ୍ତତ ଭାବେ ଜଣାଇ ଦିଅାଯିବ । ଚଳତି ବର୍ଷର ପ୍ରଥମ ତିନିମାସ ପାଇଁ ‘କଠିନ ବର୍ଜବସ୍ତପରିଚାଳନା’ ଏବଂ ‘ଦୃଶ୍ୟମାନ ପରିମଳ ସ୍ଥିତ’ ଉପରେ ଗୁରୁତ୍ୱ ି ଅାରୋପ କରାଯାଇଛି ।
ପୌରାଞ୍ଚଳ ପ୍ରଶାସନ ନିଦେ୍ର୍ଦଶକ ଶ୍ରୀ ସଂଗ୍ରାମଜିତ୍‌ ନାୟକ କହିଥିଲେ ଯେ ସବୁ ସହରାଞ୍ଚଳମାନେ କଠିନ ବର୍ଜ୍ୟ ପରିଚାଳନା ସଂପକତ ଭିତ୍ତିଭୂମି, ସେବାଯୋଗାଣ, ନାଗରିକ ସନେ୍ତାଷ, କାର୍ଯ୍ୟାନ୍ବୟନ ଦକ୍ଷତା, ଅାଥିର୍କ କାରବାର ଏବଂ ଏବଂ ଅାନୁଷ୍ଠାନିକ ବ୍ୟବସ୍ଥା ତଥ୍ୟ ପ୍ରତିମାସ େଓବ୍ବ ୍‌ ସାଇଟ୍‌ରେ ଅପ୍‌ଲୋଡ କରିବେ । ମୂଲ୍ୟାୟନ ପାଇଁ ସୂଚନା ‘ଅାମ ସହର ପୋର୍ଟାଲ୍‌’, ‘ଅାମ ସହର ମୋବାଇଲ୍‌ ଅାପ୍‌’, ‘ମୋ ସରକାର’ ବ୍ୟବସ୍ଥାରୁ ମିଳୁଥିବା ନାଗରିକ ମତାମତ ଏବଂ ଏକ ଏକ ବୈଷୟିକ କମିଟି  ଦ୍ୱାରା ବାସ୍ତବ କେ୍ଷତ୍ର ମାଧ୍ୟମରେ ସଂଗ୍ରହ କରାଯିବ । ଏକ ସ୍ୱଚ୍ଛ ଓ ଯାଞ୍ଚ୍‌-ଯୋଗ୍ୟ ପ୍ରକ୍ରିୟା ମାଧ୍ୟମରେ ମୂଲ୍ୟାୟନ ଓ ଚୟନ କରାଯିବ ।
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ କଲ୍ୟାଣ କୁମାର ରଥଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ୧୧୪ ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଅଂଶଗ୍ରହଣ କରି ବିଭିନ୍ନ ବିଷୟ ପଚାରି ବୁଝିଥିଲେ ।