ସପ୍ତାହକୁ ଥରେ କାନ୍ଦନ୍ତୁ, ଅବସାଦ ଦୂର କରନ୍ତୁ

ଭୁବନେଶ୍ୱର : ଅନେକ ସମୟରେ ମଣିଷ ମାନସିକ ଅବସାଦର ଶିକାର ହୋଇଥାଏ । ଏଥିରୁ ମୁକ୍ତି ପାଇବାକୁ ଉପାୟ ଖୋଜେ । ହେଲେ ତା ନିଜ ପାଖରେ ଏମିତି ଏକ ଉପାୟ ଅଛି ଯାହା ସେ ଜାଣି ନଥାଏ । କୁହାଯାଉଛି ଅବସାଦରୁ ମୁକ୍ତି ପାଇବାର ସବୁଠୁ ସହଜ ଉପାୟ ହେଉଛି କାନ୍ଦିବା । ମାନସିକ ଅବସାଦ ଥିବା ବ୍ୟକ୍ତି ଯଦି ସପ୍ତାହରେ ଥରେ ମନଖୋଲି କାନ୍ଦେ ତେବେ ତାର ମାନସିକ ଅବସାଦ ଦୂର ହୋଇଯାଏ ।
କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାକୁ ଷ୍ଟ୍ରେସ୍‌ ହରମୋନ୍‌ କୁହାଯାଇଥାଏ। ଏହାଦ୍ୱାରା ମାନସିକ ଚାପରୁ ମିଳିଥାଏ ମୁକ୍ତି। ସେହିପରି କାନ୍ଦିବା ଦ୍ୱାରା ଆଖିରେ ଥିବା ମଇଳା ବାହାରି ଆସେ। ଲୁହରେ ଲାଇସୋଜାଇମ୍‌ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥ ରହିଥାଏ। ଏହା ଅପକାରୀ ବ୍ୟାକ୍ଟେରିଆକୁ ନଷ୍ଟ କରେ। କାନ୍ଦିବା ଯୋଗୁ ମନ ହାଲକା ହେବା ଦ୍ୱାରା ନୂଆ ଚିନ୍ତାଧାରା ସୃଷ୍ଟି ହୁଏ।