ଭୁବନେଶ୍ୱର: ଓଡ଼ିଶାରେ ଚାଲିବ ବିଳାସମୟ କ୍ରୁଜ । ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ପ୍ରତି ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ଉଦ୍ୟମ କରିବାକୁ ଚାଁହୁଛନ୍ତି । ଆଉ ସେଥିପାଇଁ ରାଜ୍ୟର ନଦୀ ଓ ହ୍ରଦରେ କ୍ରୁଜ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କ୍ରୁଜ କମ୍ପାନୀମାନଙ୍କୁ ଆବେଦନ କରିବାକୁ ରାଜ୍ୟ ସରକାର ବିଜ୍ଞାପନ ଜାରି କରିଛନ୍ତି ।
Looking to operate cruises in Odisha?
We invite proposals on organising day #Cruises in the state. Last date for proposal submission 10th July 2020. Find the EoI document HERE: https://t.co/JsBuj7rF9g #OdishaTourism #OTAlert #Bidding #Business pic.twitter.com/awr558Emoq
— Department of Tourism, Odisha (@TourismDptt) June 6, 2020
ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ଚିଲିକା,ମହାନଦୀ, ଭିତରକନିକା, ସାତକୋଶିଆ ଗଣ୍ଡ ଓ ହୀରାକୁଦରେ କ୍ରୁଜ ଚଳାଚଳ କରିବ । ଯେଉଁଥିରେ ବହୁସଂଖ୍ୟାରେ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବା ସହ ବିଳାସମୟ ଯାତ୍ରା କରିପାରିବେ । ତେବେ କେବଳ ଦିନରେ ଏହି କ୍ରୁଜ ସେବା ଉପଲବ୍ଧ ହେବାକୁ ଥିବାବେଳେ ଆସନ୍ତା ଜୁଲାଇ ୧୦ ତାରିଖ ମଧ୍ୟରେ ଆବେଦନ କରିବାକୁ କ୍ରୁଜ ଏଜେନ୍ସିମାନଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।
ଭାରତରେ ମୁମ୍ବାଇରୁ ଗୋଆ ସହ ଚେନ୍ନାଇ, ବିଶାଖାପାଟଣାରୁ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜକୁ କ୍ରୁଜ ଚଳାଚଳ କରିଥାଏ । ଏଥିରେ ବ୍ୟକ୍ତିଗତ ପ୍ରକୋଷ୍ଠ ସାଙ୍ଗକୁ ସ୍ପା, ରେସ୍ଟୁରାଣ୍ଟ, ପବ ଏସବୁ ସୁବିଧା ରହିଥାଏ।