ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟି ଯବାନ ମୃତ

ସମ୍ବଲପୁର: ସମ୍ବଲପୁର ଯୁଯୁମରା ସିଆର୍‌ପିଏଫ୍‌ କ୍ୟାମ୍ପରେ ଏକ ଅଘଟଣ ଘଟିଛି । ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟି ଜଣେ ଯବାନ ପ୍ରାଣ ହରାଇଛନ୍ତି ।  ତାଙ୍କ ନାଁ ବୁଟା ସିଂହ ।

ଆଜି ବୁଟା ସିଂହଙ୍କ ସର୍ଭିସ୍‌ ବନ୍ଧୁକରୁ ହଠାତ୍‌ ଗୁଳି ଫୁଟି ତାଙ୍କ ମୁଣ୍ଡରେ ବାଜିଛି । ଫଳରେ ଯବାନ ପ୍ରାଣ ହରାଇଛନ୍ତି ।  ସିଏ ଆତ୍ମହତ୍ୟା ଉଦ୍ୟମ କରି ଥାଇ ପାରନ୍ତି ବୋଲି କୁହାଯାଉଛି । ଏହା ଅଘଟଣ ନା ଆତ୍ମହତ୍ୟା ଏ ଯାଏଁ ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।