୧୦ ଫୁଟର କୁମ୍ଭୀର ସହ ଅଣ୍ଡା ଠାବ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳର ବିଜୟନଗର ନିକଟବର୍ତ୍ତିୀ ଅରଡ଼ ଗାଁର ଏକ ବାଉଁଶ ବୁଦାରୁ ରବିବାର ଏକ ୧୦ ଫୁଟର ମାଈ କୁମ୍ଭୀର ସହ ୫୦ଟି ଅଣ୍ଡା ଠାବ ହୋଇଛି। ସୂଚନା ଯୋଗ୍ୟ, ବାଉଁଶ କାଟିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ କୁମ୍ଭରୀ ଗୋଡ଼ାଇବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା। କୁମ୍ଭୀରକୁ କାବୁ କରି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କୁମ୍ଭୀରକୁ ଉଦ୍ଧାର କରିବା ସହ ଅଣ୍ଡା ଦେବା ଉଦ୍ଦେଶ୍ୟରେ ବାଉଁଶ ବୁଦାକୁ ଏହା ଆସିଥିବା ଅନୁମାନ କରାଯାଉଛି।