ପାରାଦୀପରେ ଜଳସଙ୍କଟ: ଦିନକୁ ଥରେ ମିଳିବ ପାଣି

ପାରାଦୀପ:  ପାରାଦୀପରେ ଉତ୍କଟ ହେଲାଣି ପାରାଦୀପରେ ଜଳ ସଙ୍କଟ । ଏଣିକି ପାରାଦୀପରେ ଦିନକୁ ଥରେ ମାତ୍ର ମିଳିବ ପାଣି । ଟାଉନସିପ୍‌ ଲାଗି ମହଜୁଦ୍ ଥିବା ଜଳସ୍ତର  କମିବାରେ ଲାଗିଛି ।

ଆଜିଠୁ ପାରାଦୀପ ଟାଉସିପ୍‌ରେ  ଥରେ ମାତ୍ର ଜଳ ଯୋଗାଣ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ବନ୍ଦର କର୍ତ୍ତୃପକ୍ଷ ।

ଡାକବାଜି ଯନ୍ତ୍ର ଯୋଗେ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ପ୍ରଚାର କରାଯାଉଛି । ଲୋକଙ୍କୁ ଜଳ ସଞ୍ଚୟ  ତଥା ଅପଚୟ ନ କରିବା ଲାଗି ଲୋକଙ୍କୁ ସଚେତନ କରାଯାଉଛି । ପରିସ୍ଥିତିରେ ସୁଧାର ନ  ଆସିବା ଯାଏ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଜଣାପଡ଼ିଛି ।