ନାରୀ ବେଶରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ସୋର: ଜଣେ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନାରୀବେଶରେ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି କର୍ଣ୍ଣାଟକାର ବେଙ୍ଗାଲୁରୁରେ। ମୃତ ଯୁବକଙ୍କ ନାଁ ଉମାକାନ୍ତ ବେହେରା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଞ୍ଚାୟତ ବିରିପଡ଼ା ଗାଁରେ। ସେ କିଛି ଦିନ ତଳେ ବେଙ୍ଗାଲୁରୁ ଯାଇ କେଙ୍ଗେରୀ ଅଞ୍ଚଳରେ ଥିବା ଏକ କମ୍ପାନୀରେ କାମ କରୁଥିଲେ। ଗତକାଲି ରାତିରେ ସେ କାମ କରୁଥିବା କଂପାନୀର ଏକ ରୁମ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେ ସେହି ରୁମ୍‌ରେ ରହୁଥିଲେ। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ମୃତଦେହ ଦେଖି ସମସ୍ତେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। କାରଣ ସେ ଶାଢ଼ି ପିନ୍ଧିଥିଲେ। ତା’ସହିତ ଚୁଡ଼ି ଓ ସିନ୍ଦୁର ଲଗାଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି। ଏହା ଏକ ହତ୍ୟା ନା ଆତ୍ମହତ୍ୟା ଘଟଣା, ତାହା ସ୍ପଷ୍ଟ ହୋଇପାରିନି।