୨୦୧୮ କ୍ରାଇମ ରେକର୍ଡ : ରାଜଧାନୀରେ ବଢିଛି ଅପରାଧ, ୧୨୨ ଦୁଷ୍କର୍ମ ମାମଲା ରୁଜ୍ଜୁ

ଭୁବନେଶ୍ବର : ୨୦୧୮ ମସିହାରେ ଟୁଇନ ସିଟିର ଅପରାଧ ରେକର୍ଡର ପୃଷ୍ଠା କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଠିଆ କରିଛି। ବର୍ଷକୁ ବର୍ଷ କଟକ -ଭୁବନେଶ୍ବରରେ ବଢ଼ିଚାଲିଛି ହତ୍ୟା, ଲୁଟ୍‌, ଚୋରୀ ଓ ଦୁଷ୍କର୍ମ ଭଳି ଘଟଣା ।୨୦୧୮ରେ ଟୁଇନ୍‌ ସିଟିରେ ମୋଟ ୧୧୫୩୦ଟି ଅପରାଧିକ ମାମଲା ରୁଜୁ ହୋଇଛି ।ଏଥିମଧ୍ୟରୁ ଭୁବନେଶ୍ବରରେ ୭୨୧୯ ଟି ମାମଲା ଥିବା ବେଳେ କଟକରେ ୪୩୧୧ଟି ମାମଲା ରହିଛି। ରେକର୍ଡ କହୁଛି ୨୦୧୮ରେ ଭୁବନେଶ୍ବରେ ୪୩ ଟି ହତ୍ୟା ମାମଲା ରେକର୍ଡ ହୋଇଥିବା ବେଳେ କଟକରେ ୨୯ ଟି ମାମଲା ରୁଜୁ ହୋଇଛି । ପୂର୍ବବର୍ଷ ତୁଳନାରେ ୭ ପ୍ରତିଶତ ବଢ଼ିଛି ହତ୍ୟାକାଣ୍ଡ ସଂଖ୍ୟା । ସେହିପରି ଡକାୟତି ସଂଖ୍ୟା  ଭୁବନେଶ୍ବରରେ ୨୧ ପ୍ରତିଶତ ବଢ଼ିଥିବା ବେଳେ କଟକରେ ଏହା କିଛିଟା କମିଛି| । ୨୦୧୮ରେ ଭୁବନେଶ୍ବରେ ୧୨୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ କଟକରେ ୭୦ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।  କମିଶନରେଟ ପୋଲିସର ୨୦୧୮ କ୍ରାଇମ ରେକର୍ଡରୁ ଏକଥା ଜଣା ପଡିଛି ।

ନିର୍ବାଚନ ଯେତିକି ପାଖେଇ ଆସିବ ରାଜନୈତିକ ବାତାବର|ଣ ସେତିକି ସରଗରମ  ହେବ ।ଆଉ କମିଶନରେଟ୍‌ ପୋଲିସ ପାଇଁ ଏହା ହେବ ବେଶ୍‌ ଚ୍ୟାଲେଞ୍ଜିଙ୍ଗ୍ ।

ଦାଗୀ ଅପରାଧୀଙ୍କର ଖୋଲିବ ପୁରୁଣା ଫାଇଲ୍‌ । ହାର୍ଡକୋର୍ ହେଉ କି ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ୍‌ । କେହି ବି ସହଜରେ ଖସିପାରିବେନି କମିଶନରେଟ୍ ପୋଲିସ ପଞ୍ଝାରୁ ।ଖୋଜି ଖୋଜି ବାହାର କରାଯିବ ଅପରାଧୀଙ୍କୁ । ହାତକଡ଼ି ପକାଇ ଠୁ୍କିଦେବେ ଜେଲରେ।  ଏହାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି କମିଶରେଟ ପୋଲିସ । କମିଶରେଟ ପୋଲିସ ହେଡକ୍ବାର୍ଟରରେ ଏନେଇ ଆଜି ବସିଥିଲା ଗୁରୁତ୍ବପୂର୍ଣ୍ଣ ମିଟିଂ । ଟୁଇନ୍‌ ସିଟିରେ ଅପରାଧ ନେଇ ସମୀକ୍ଷା ହୋଇଛି । ଗତ ସାଧାରଣ ଓ ପଞ୍ଚାୟତ ନିର୍ବାଚନ ସମୟରେ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଲୋକଙ୍କୁ କାବୁ କରି ଜେଲରେ ପୁରାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।