ବାପାକୁ ହତ୍ୟା କରି ମା’ ଝିଅ ଗିରଫ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଥାନା କାଳିଆପୋଷ ଗାଆଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ପତ୍ନୀ ଓ ଝିଅଙ୍କୁ ଗିରଫ କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ କାଳିଆପୋଷ ଗାଆଁର ଏତୁଆ ମୁଣ୍ଡାରୀ ଘରକୁ ମଦ ପିଇ ଆସିଥିଲେ। କୌଣସି କଥାକୁ କେନ୍ଦ୍ର କରି ପତ୍ନୀ ଓ ଝିଅଙ୍କ ସହ ଝଗଡ଼ା ହୋଇଥିଲା । ଏଥିରେ ରାଗି ଉଭୟ ମା ଓ  ଝିଅ ଠେଙ୍ଗାରେ ଏତୁଆଙ୍କୁ ପ୍ରହାର କରି ଥିଲେ । ଫଳରେ ଘଟଣାସ୍ଥଳରେ ଏତୁଆଙ୍କର ମୃତ୍ୟୁ ହୋଇଥିଲା ।

ଏତୁଆଙ୍କ ଭଉଣୀ  ଏନେଇ ବିଶ୍ରା ଥାନାରେ ଏତଲା ଦେଇଥିଲେ। ଏହାପରେ ବିଶ୍ରା ଥାନା ପୁଲିସ ଘଟଣାସ୍ଥଳରୁ ଏତୁଆ ମୁଣ୍ଡାରୀଙ୍କ ଶବ ଜବତ କରିଥିଲା । ଏହାପରେ ଏତୁଆ ମୁଣ୍ଡାରୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହି ଘଟଣାରେ ବିଶ୍ରା ଥାନା  ପୁଲିସ ପତ୍ନୀ ବନିତା ମୁଣ୍ଡାରୀ ଓ ଝିଅ ଲକ୍ଷ୍ମୀଙ୍କୁ ଗିରଫ କରିଥିବା ଜଣାଯାଇଛି ।