ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ

ଯାଜପୁର: ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ବାଛଳ ପଂଚାୟତ ବେହେରା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ଅଭିଯୋଗ ।

ମୃତକ ହେଲେ ବାଇଧର ବେହେରା (୭୨) । ଆଜି ପୂର୍ବାହ୍ନରେ ଘରୋଇ କଳିକୁ କେନ୍ଦ୍ରକରି ବାଇଧରଙ୍କ ସାନ ପୁଅ ଗୁରୁଚରଣ ବେହେରା ନିଜ ବାପାକୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।