ଫୁଲବାଣୀର ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଗୁଳିମାଡ

ଭୁବନେଶ୍ୱର: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ଗାଡି ଉପରକୁ ଗତକାଲି ବିଳମ୍ବିତ ରାତ୍ରିରେ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ରାତିରେ ଦେବେନ୍ଦ୍ର ଇରିଗେସନ କଲୋନୀରେ ଥିବା ତାଙ୍କର ସଂପର୍କୀୟ ଘରକୁ ନିଜେ ଗାଡି ଚଲାଇ ଯାଇଥିଲେ । ସେଠାରେ ପହଂଚିବା ପରେ ସେ ଗାଡି ପାର୍କ କରି ଭିତରକୁ ଯାଇଥିଲେ । ଏହାପରେ ତାଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିବା ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଗୁଳିମାଡ ଫଳରେ ତାଙ୍କ ଗାଡିର ପଛ କାଚ ଭାଙ୍ଗି ଯାଇଛି । ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।