ସମ୍ବଲପୁରରେ ଏନକାଉଂଟର

ସମ୍ବଲପୁର:ସମ୍ବଲପୁର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି ।

ସୂଚନାନୁସାରେ, ଆଜି ସମ୍ବଲପୁର ପୋଲିସକୁ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର ବା ବିଟୁ କିଛି ବଡ ଧରଣର ଷଡଯନ୍ତ୍ର କରୁଥିବା ସୂଚନା ମିଳିଥିଲା । ଏହା ଆଧାରରେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଧନୁପାଲି ପୋଲିସ ମିଳିତ ଭାବେ ସିଟି ଷ୍ଟେସନ ଅଂଚଳରେ ଚଢାଉ କରିଥିଲେ । ପୋଲିସକୁ ଦେଖି ବିଟୁ ପ୍ରଥମେ ଗୁଳି ଚାଳନା କରିଥିଲା । ପୋଲିସ ଏହାର ପାଲଟା ଜବାବ ଦେଇଥିଲା ।

ଏହି ଏନକାଉଂଟରରେ ବିଟୁ ଆହତ ହୋଇଛି । ତାହାର ଗୋଡରେ ଗୁଳି ବାଜିଛି । ତାକୁ ସଦର ହସ୍ପିଟାଲରେ ଭର୍ତି କରାଯାଇଛି । ଏହାସହ ଜଣେ ଏସଆଇ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ବିଟୁର ଆଉ ଜଣେ ସହଯୋଗୀ ଫେରାର ହୋଇଯିବାରେ ସକ୍ଷମ ହୋଇଛି । ତେବେ ପୋଲିସ ବିଟୁ ନିକଟରୁ ପିସ୍ତଲ, ଗୁଳି ଓ ନଗଦ ୪୦ ହଜାର ଟଙ୍କା ଜବତ କରିଛି ।