ବିଜେପି ନେତା ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ: ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏନେଇ ଭାରପ୍ରାପ୍ତ ଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି। ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚର ଡିଏସ୍‌ପି ପ୍ରମୋଦ ରଥଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ଏଥିସହ ଆଇଜି ଅରୁଣ ବୋଥ୍ରା ଏହାର ତତ୍ୱାବଧାନ କରିବେ।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲା ନବୀନବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଣେ ଦୁର୍ବୃତ୍ତ ସ୍କୁଟିରେ ଆସି ତାଙ୍କୁ ଗୁଳି କରି ହତ୍ୟା କରି ଫେରାର ହୋଇଯାଇଥିଲେ।