ଗ୍ୟାଙ୍ଗଷ୍ଟାର ଟିଟୋର ପ୍ରମୁଖ ସହଯୋଗୀ ଗିରଫ

ଭୁବନେଶ୍ୱର:କିଛି ଦିନର ବ୍ୟବଧାନ ପରେ ଗ୍ୟାଙ୍ଗଷ୍ଟାର ଟିଟୋର ସାମ୍ରାଜ୍ୟ ଉପରେ ପୁଣି ପଞ୍ଝା ମାରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଏଥର ଟିଟୋର ଜଣେ ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ୍ ଜାବିଦାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଛି । 

ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋର ସାମ୍ରାଜ୍ୟକୁ ଧୂଳିସାତ କରିବାକୁ କ୍ରାଇମବ୍ରାଞ୍ଚ ଏସଟିଏଫ ପ୍ରୟାସ ଜାରି ରଖିଛି । କ୍ରାଇମବ୍ରାଞ୍ଚ ଏସଟିଏଫର ସ୍ୱତନ୍ତ୍ର ଟିମ ଆଜି ଟିଟୋର ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ୍ ଜାବିଦାକୁ ଗିରଫ କରିଛି । ଠିକାଦାର ଶିବ ପରିଡ଼ା ଅପହରଣ ମାମଲାର ମୁଖ୍ୟ ପାର୍କଟଦାର ବା ଅଭିଯୁକ୍ତ ଦଙ୍ଗା । ବଟି ନ ଦେବାରୁ ଦଙ୍ଗା ଶିବଙ୍କୁ ଅପହରଣ କରି ଟିଟୋ ଖଟିରେ ତାଙ୍କ ମାଡ଼ ମାରିଥିଲା । ହତ୍ୟା , ଅପହରଣ, ଦାଦାବଟି ଆଦାୟ ଭଳି ଅପରାଧିକ କାର୍ଯ୍ୟରେ ଦଙ୍ଗା ଟିଟୋ ସହ ସହଯୋଗ କରୁଥିଲା ।