ବିଜେପି ନେତାଙ୍କ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ଖୋର୍ଦ୍ଧା : ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତଦନ୍ତ ତଦାରଖ କରିବେ। ଏନେଇ ଇନଚାର୍ଜ ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ଏହି ମାମଲାର ତଦନ୍ତ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ପହଞ୍ଚିଛି ।  କ୍ରାଇମବ୍ରାଞ୍ଚର ଜଣେ ଇନ୍ସପେକ୍ଟର ଏହି ହତ୍ୟାକାଣ୍ଡ ତଦନ୍ତରେ ସହାୟକ କରୁଛନ୍ତି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ବୋଲି ଡିଜିପି କହିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗୁଳି ଜେନା ଖୋର୍ଦ୍ଧା ଜିଲା ବଡପୋଖରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ଏହା ସହ ବିଜେପିର ମଣ୍ଡଳ ସଭାପତି ଥିଲେ । ରବିବାର ରାତି ପ୍ରାୟ ୧୨ଟାରେ ପ୍ରଚାର ସାରି ଫେରୁଥିବା ବେଳେ ଅନ୍ୟ ଜଣେ ବିଧାୟକ ପ୍ରାର୍ଥୀ କାଳୁଙ୍କ ଘର ସମ୍ମୁଖରେ ଛିଡା ହୋଇଥିଲେ । ଏହି ମସୟରେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।