୧୦ ଲକ୍ଷ ଟଙ୍କା ଦାନ କଲେ ମିତାଲି ରାଜ୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ୍ କୋରୋନା ମୁକାବିଲା ପାଇଁ ପିଏମ କେୟାର୍ସ ଫଣ୍ଡକୁ ୫ ଲକ୍ଷ ଟଙ୍କା ଟଙ୍କା ଦାନ କରିଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୫ଲକ୍ଷ ଟଙ୍କା ଦେଇଛନ୍ତି ।

ଏ ନେଇ ମିତାଲି ଟ୍ୱିଟରେ କହିଛନ୍ତି ଯେ, ଆମେ ସମସ୍ତେ କୋରୋନା ମୁକାବିଲା ପାଇଁ ଲଢ଼ିବା । ମୁଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରୁଛି ।

ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଟିମର ଖେଳାଳି ଦୀପ୍ତ ଶର୍ମା ମଧ୍ୟ ପଶ୍ଚିମବଙ୍ଗର ଜରୁରୀକାଳୀନ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିଥିଲେ । ବିସିସିଆଇ କୋରୋନା ମୁକାବିଲା ପାଇଁ ୫୧ କୋଟି ଟଙ୍କା ଦାନ କରିଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବ୍ୟକ୍ତିଗତ ଭାବେ ଅସହାୟ ଲୋକଙ୍କୁ ସହଯୋଗ କରୁଛନ୍ତି । ସେହିଭଳି ଅନ୍ୟ ଖେଳାଳିମାନେ ମଧ୍ୟ ନିଃସନ୍ଦେହରେ ଦାନ କରୁଛନ୍ତି । ପିଭି ସିନ୍ଧୁ, ସାନିଆ ମିର୍ଜା, ବଜରଙ୍ଗ ପୁନିଆ ଭଳି ଖେଳାଳିମାନେ ଏହି ଦାନକରିଥିବା ତାଲିକାରେ ସାମିଲ ହୋଇପାରିଛନ୍ତି ।