ମହିଳାଙ୍କ ଗୋଡ ଧରି ଧୋନି ଜୋତା ପିନ୍ଧାଉଥିବା ଫଟୋ ଭାଇରାଲ, କିଏ ସେ ମହିଳା କାହିଁକି ତାଙ୍କୁ ଜୋତା ପିନ୍ଧାଉଛନ୍ତି ଧୋନି ଦେଖନ୍ତୁ ଓ ପଢନ୍ତୁ

ଭୋପାଳ : ଟିମ ଇଣ୍ଡିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଦେଶ ବିଦେଶରେ ଢେର ନା ଁ ରହିଛି । ହେଲେ ସେ ପୁଣି ମହିଳାଙ୍କ ଗୋଡ ଧରି ଜୋତା ପିନ୍ଧାଉଛନ୍ତି । ହଁ ଆଙ୍ଗ୍ୟାଂ ଆପଣ ଦେଖୁଥିବା ଫଟୋ ସତ । ଏହି ଫଟୋରେ ଧୋନି ଜଣେ ମହିଲାଙ୍କୁ ଜୋତା ପିନ୍ଧାଉଛନ୍ତି । ହେଲେ ଏହି ମହିଲା ଜଣଙ୍କ ଆଉ କେହି ନୁହେଁ ଧୋନିକଙ୍କ ପତ୍ନୀ ସାକ୍ଷୀ ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମେହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧୋନିଙ୍କୁ ଏହି ଫଟୋରେ ପତ୍ନୀ ସାକ୍ଷୀଙ୍କୁ ସ୍ୟାଣ୍ଡେଲ୍‌ ପିନ୍ଧାଇବାରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଏଭଳି କାମକୁ ନେଇ ଲୋକମାନେ କ’ଣ ଭାବିବେ ସେନେଇ ଧୋନିଙ୍କ କୌଣସି ଚିନ୍ତା ହିଁ ନାହିଁ। ସାକ୍ଷୀ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରି ଲେଖିଥିଲେ, ‘ତୁମେ ଜୋତା ପାଇଁ ଟଙ୍କା ଦେଇଛ, ତେଣୁ ତୁମେ ହିଁ ୟାକୁ ପିନ୍ଧାଅ।’
ଧୋନି ବର୍ତ୍ତମାନ କ୍ରିକେଟରୁ ଦୂରେଇ ନିଜ ପରିବାର ସହିତ ସମୟ ବିତାଉଛନ୍ତି। କିନ୍ତୁ ସେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ନିକଟରେ ଧୋନି ନିଜ ଝିଅ ଜିଭା ସହିତ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଝିଅ ସହିତ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ଭାରତୀୟ ସଟଲର ପିଭି ସିନ୍ଧୁ ଜିତିଲେ BWF  ୱାର୍ଲଡ ଟୁର ଫାଇନାଲ ଟାଇଟଲ