ତୃତୀୟ ଟି-୨୦: ଟସ୍ ଜିତି ବୋଲିଂ ନିଷ୍ପତି ନେଲା ଶ୍ରୀଲଙ୍କା

ପୁଣେ: ଆଜି ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-୨୦ ସିରିଜରେ ଅନ୍ତିମ ମ୍ୟାଚ । ଡିସାଇଡର ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତି ନେଇଛି ଭ୍ରମଣକାରୀ ଶ୍ରୀଲଙ୍କା। ଏହି ନିର୍ଣ୍ଣାୟକ ମ୍ୟାଚ ଭ୍ରମଣକାରୀ ଶ୍ରୀଲଙ୍କା ପାଇଁ କର ବା ମର ମ୍ୟାଚ ହୋଇଥିବା ବେଳେ ସିରିଜରେ ୧-୦ରେ ଆଗୁଆ ରହିଛି ଘରୋଇ ଦଳ। ଉଲ୍ଲେଖଥାଉ କି, ବର୍ଷା ଯୋଗୁଁ ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଥିଲା।

ଭାରତ ପକ୍ଷରୁ ଦଳରେ ୩ଟି ପରିବର୍ତନ କରାଯାଇଛି। ପନ୍ତଙ୍କ ସ୍ଥାନ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି। ସେହିପରି କୁଲଦୀପଙ୍କ ସ୍ଥାନରେ ଚହଲ ଓ ଶିବମ ଦୁବେଙ୍କ ସ୍ଥାନରେ ମନିଷ ପାଣ୍ଡେ ସାମିଲ ହୋଇଛନ୍ତି। ଶ୍ରୀଲଙ୍କା ଦଳରେ ୨ଟି ପରିବର୍ତନ କରାଯାଇଛି।

ଆଜିର ମ୍ୟାଚ ବିଜୟ ସହ ବର୍ଷର ପ୍ରଥମ ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି ମେନ ଇନ ବ୍ଲୁ । ଏକ ବିରାଟ ମାଇଲଷ୍ଟୋନକୁ ଅତିକ୍ରମ କରିବା ପାଇଁ କ୍ୟାପଟେନ କୋହଲି ମାତ୍ର ଏକ ରନ ପଛରେ ଅଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରେ ୧୧,୦୦୦ ଅନ୍ତର୍ଜାତୀୟ ରନ କ୍ୟାପଟେନ ଭାବରେ ହାସଲ କରିବେ। ମହେନ୍ଦ୍ର ସିଂହ ଧୋନିଙ୍କ ପରେ କୋହଲି ୨ୟ ଭାରତୀୟ କ୍ୟାପଟେନ ଭାବେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବେ।

ଭାରତ ଏକାଦଶ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ସଞ୍ଜୁ ସାଇମନ(ୱିକେଟ କିପର), ମନିଷ ପାଣ୍ଡେ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ୱାସିଂଟନ ସୁନ୍ଦର ।

ଶ୍ରୀଲଙ୍କା ଏକାଦଶ ଦଳ: ଲସିଥ ମାଲିଙ୍ଗା(କ୍ୟାପଟେନ), ଧନୁଷ୍କା ଗୁଣତିଲକା, ଅଭିସ୍କା ଫର୍ଣ୍ଣାଣ୍ଡୋ,ଅଞ୍ଜେଲୋ ମାଥ୍ୟୁସ, ଦାନୁସ ସନାକା, କୁସଲ ପରେରା(ୱିକେଟ କିପର), ଲକସନ ସାନଦାକାନ, ଧନଞ୍ଜୟ ଡି ସିଲଭା, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, ଓସାଦା ଫର୍ଣ୍ଣାଣ୍ଡୋ।