ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି କୋରୋନା ଭାଇରସ ସମ୍ପର୍କିତ ବାର୍ତା ନେଇ ସମ୍ବୋଧନ କରିବେ । ରାତି ୮ ସମୟରେ ଦେଶବାସୀଙ୍କୁ ଦେବେ ସଚେତନତା ବାର୍ତା । ଉଚ୍ଚସ୍ତରୀୟ ବୈଠକ ପରେ ଜନତାଙ୍କୁ ସଜାଗ ରହିବା ନେଇ ନିର୍ଦ୍ଦେଶ ରଖିବେ ମୋଦି । ବର୍ତମାନ ସୁଦ୍ଧା ଦେଶରେ ୧୫୧ ଆକ୍ରାନ୍ତ ଥିବା ବେଳେ ୩ ଜଣଙ୍କର ପ୍ରାଣହାନୀ ଘଟିଲାଣି ।

ଏହି ଭୂତାଣୁ ବ୍ୟାପିବାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ନିୟମକାନୁନ କରିଛନ୍ତି । ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଗୋଟିଏ ସ୍ଥାନରେ ଲୋକମାନଙ୍କୁ ଏକାଠି ନହେବାକୁ ମଧ୍ୟ ବାରମ୍ବାର ବାରଣ କରାଯାଉଛି ।

ଗତ ସପ୍ତାହର ବିଭିନ୍ନ ରାଜ୍ୟର ଶିକ୍ଷାନୁଷ୍ଠାନ, ସପିଂ ମଲ ଏବଂ ସିନେମା ହଲ ବନ୍ଦ ହୋଇସାରିଛି । କୌଣସି ବ୍ୟକ୍ତିଗତ ଉତ୍ସବ ଏବଂ ଅନାବଶ୍ୟକ ଯାତ୍ରାକୁ ବାରଣ କରାଯାଉଛି । ଏହାସହ ବିଭିନ୍ନ ଐତିହାସିକ ଏବଂ ପର୍ଯ୍ୟଟନସ୍ଥାନ, ପାର୍କ ମଧ୍ୟ ବନ୍ଦ କରାଯାଇଛି । ଘରୋଇ କମ୍ପାନୀ ମାନଙ୍କର କର୍ମଚାରୀଙ୍କୁ ୱାର୍କ ଫର୍ମ ହୋମ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।