ଏହି ମାସ ଶେଷ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର :  ଡିସିଜିଆଇ ଦୁଇଟି ଟିକାକୁ ଅନୁମୋଦନ ଦେବା ପରେ ଟିକାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହିତ କଥା ହୋଇଥିବାରୁ ଓଡିଶା ଭଗ୍ୟରେ ଆଗ ଟିକା ପଡିପାରେ ସ୍ବାସ୍ଥ୍ୟ ବିଭାଗ ଆାଶ କରିଛି।। ​‌ ଏପଟେ ରାଜ୍ୟ ଅପେକ୍ଷା କରିଥିବା ବେଳେ ସେପଟେ ଭାରତୀୟ ଟିକାର ଗ୍ଲୋବାଲ ଡିମାଣ୍ଡ ବଢ଼ିବାରେ ଲାଗିଛି

ଏହି ମାସ ଶେଷ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ କରୋନା ଟିକା। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି.। ଟିକା ଆସିବା ପୂର୍ବରୁ ଡ୍ରାଏ ରନ ଶେଷ ହୋଇଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ନବଦାସ କହିଛନ୍ତି।  ଡିସିଜିଆଇ ଦୁଇଟି ଟିକାକୁ ଅନୁମୋଦନ ଦେବା ପରେ ଏବେ ସମୂହ ଟିକାକରଣ ପ୍ରକ୍ରିୟାକୁ ଅପେକ୍ଷା। କେନ୍ଦ୍ର ସରକାର ରାଜ୍ୟକୁ ଟିକା ଦେବା ପରେ ତତକ୍ଷଣାତ ଟୀକାକାରଣ ଆରମ୍ଭ ହେବ। ଗତ ବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Serum Institute of india CEO ଆଦର ପୁନାୱାଲାଙ୍କ ସହ କଥା ହୋଇଥିଲେ। ଟିକା କ୍ଷେତ୍ରରେ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜଣାଇଥିଲେ। Serum ପାଖରେ 5 କୋଟି ଟୀକା ଥିବାରୁ ଖୁବ ଶୀଘ୍ର ବିତରଣ ପ୍ରକ୍ରିୟା ଆରମ୍ଭ ହୋଇପାରେ।

ଟିକା ବିତରଣ ପାଇଁ ରାଜ୍ୟସରକାର କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଟିକାର ଘୋରୋଇ ବିତରଣ  ପାଇଁ ଡ୍ରଗ୍ସ କଣ୍ଟେ୍ରାଲରଙ୍କ ଭୂମିକା ରହିଛି। ବର୍ତମାନ ସୁଦ୍ଧା ଘୋରେଇ ବିତରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିନାହିଁ ।ଗାଇଡ ଲାଇନ ଆସିବା ପରେ ଘରୋଇ ବିତରଣ ନେଇ ପକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଡଗ୍ସ କଣ୍ଟୋ୍ରଲର।

ଟିକା ଅପେକ୍ଷାରେ ରାଜ୍ୟ ସରକାର ଥିବାବେଳେ ଏପଟେ କିନ୍ତୁ ଭାରତୀୟ ଟିକାର ଗ୍ଲୋବାଲ ଡିମାଣ୍ଡ ବଢ଼ିବାରେ ଲାଗିଛି । ଏବେ ଭାରତୀୟ କୋଭିଡ ଟିକା ପାଇଁ ବିଶ୍ବର ଅନେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ବିଶେଷ କରି ସ୍ଦଦେଶୀ ଜ୍ଞାନ କୌଶଳରେ ବିକଶିତ କୋଭାକ୍ସିନ୍ ପ୍ରତି ବିଶ୍ବରେ ଚାହିଦା ବଢିବାରେ ଲାଗିଛି। ବ୍ରାଜିଲ ଭାରତରୁ କୋଭାକ୍ସିନ ଟିକାର ୫୦ ଲକ୍ଷ ଡୋଜ୍ କିଣିବ ବୋଲି ଆଗ୍ରହ ପ୍ରକାଶ କରିଛି। ସେହିପରି କଜାଖସ୍ତାନ, ଡେନମାର୍କ, ଭିଏତନାମ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଫିଲିପାଇନ୍ସ, ମାଲେସିଆ, ସିଙ୍ଗାପୁର,କାମ୍ବୋଡିଆ,ମିୟାଁମାର, ବାଂଲାଦେଶ,ଭୁଟାନ ଆଦି ଦେଶ କୋଭାକ୍ସିନ ଟିକା ଭାରତରୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।