ନୂଆଦିଲ୍ଲୀ: ଭାରତ ପାଇଁ ଆସିଛି ଖୁସି ଖବର । ଋଷିଆଠୁ ଭାରତ ଆଣିବ କୋଭିଡ୍-୧୯ ସ୍ପୁଟନିକ୍-ଭି ଭ୍ୟାକ୍ସିନ୍ । ୧୦୦ ମିଲିୟନ ଡୋଜ୍ ଭ୍ୟାକ୍ସିନ ଆଣିବା ନେଇ ସୂଚନାରୁ ଜଣାପଡିଛି । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବ । ଏହି ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ୍ ଭାରତରେ ମଧ୍ୟ ଆରମ୍ଭ ହେବ । ଏପରିକି ଡାକ୍ତର ରେଡ୍ଡି ଲ୍ୟାବ୍ ଓ ଋଷ ମିଳିତ ଭାବେ ଏହାର ପରୀକ୍ଷଣ କରିବେ । ଡିଜିସିଆଇର ଅନୁମୋଦନ ପରେ ହିଁ ପରୀକ୍ଷଣ ଓ ଭ୍ୟାକ୍ସିନ୍ ଯୋଗାଣକୁ ମଞ୍ଜୁରୀ ମିଳିବ ବୋଲି ଜଣାପଡିଛି ।
ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଭ୍ୟାକ୍ସିନ୍ ଯୋଗାଣ ନେଇ କାଜାକିସ୍ତାନ, ବ୍ରାଜିଲ୍ ଓ ମେକ୍ସିକୋ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଛି । ଏବେ ଭାରତ ସହ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କରୋନା ଭ୍ୟାକ୍ସିନ୍ ଋଷିଆ ସର୍ବପ୍ରଥମେ ବାହାର କରିଥିବା ଦାବି କରୁଛି । ଅଗଷ୍ଟ ୨୬ରୁ ଏହି ଭାକସିନକୁ ୪୦ ହଜାର ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି ।