ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ଼ ପରୀକ୍ଷା

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ଼ ପରୀକ୍ଷା । ଜରୁରୀ କରୋନା ସଂଦିଗ୍ଧଙ୍କ କୋଭିଡ ପରିକ୍ଷା ପାଇଁ ଆଉ ଜିଲ୍ଲା ବାହାରକୁ ସ୍ୱାବ ଯିବ ନାହିଁ ।

ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଠାରୁ ଆରମ୍ଭ ହୋଇଛି କୋଭିଡ଼ ପରୀକ୍ଷା। ଜିଲ୍ଲାରେ ବର୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର ହୋଇଥିବା ବେଳେ ଏବେବି ୧୬୫ ଜଣ ସକ୍ରିୟ କୋରୋନା ରୋଗୀ ରହିଛନ୍ତି । ସେଥିପାଇଁ ଜିଲ୍ଲାରୁ ଅଧିକ ନମୂନା ପରିକ୍ଷା ପାଇଁ ବାହାରକୁ ଗଲେ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ଏଠାରେ ପରିକ୍ଷା ପାଇଁ ନିଷ୍ପତି ହୋଇଥିବା ସୂଚନା ମିଳିଛି ।

ପୂର୍ବରୁ କୋରୋନା ସ୍ଥିତିର ସମୀକ୍ଷା କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ଯାଜପୁରରେ ଅନୁଧ୍ୟାନ କରିବା ପରେ ଏଠାରେ କୋଭିଡ ପରିକ୍ଷା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଆଜି ଜିଲ୍ଲାପାଳ ରଂଜନ ଦାସ ଏହାକୁ ଉଦଘାଟନ କରିଛନ୍ତି । ଏଠାରେ ଦୈନିକ ୨୫ଟି ନମୁନା ପରୀକ୍ଷା ହେବ ବୋଲି ସୂଚନା ମିଳିଛି ।