କରୋନାରୁ ସୁସ୍ଥ ହେଲେ ଆଉ ୩ ହଜାର ୩୪୨ ଜଣ
ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୨୭ ହଜାର ୬୧୫ ଜଣ
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୩୪୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୧୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ତାଗ୍ଦଠାରୁ ଢ଼େର ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକି ଆଶ୍ୱସ୍ତିର ବିଷୟ ।
82 from Bolangir
76 from Jagatsinghpur
72 from Sundargarh
64 from Boudh
53 from Sonepur
52 from Jharsuguda
48 from Nayagarh
47 from Kalahandi
46 from Kandhamal
42 from Ganjam
42 from Nuapada
40 from Dhenkanal
39 from Koraput
35 from Malkangiri
34 from Baleswar
22 from Deogarh— H & FW Dept Odisha (@HFWOdisha) October 11, 2020
ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଜଣ ସୁସ୍ଥ ହୋଇଥିବା ବେଳେ କଟକ ୩୬୬, ମୟୂରଭଞ୍ଜ, ୩୬୨, ଅନୁଗୁଳ ୨୮୮, ଯାଜପୁର ୧୫୫, କେନ୍ଦ୍ରାପଡ଼ା ୧୩୧, ବରଗଡ଼ ୧୦୪, ପୁରୀ ୧୦୩, ସମ୍ବଲପୁର ୯୩, କେନ୍ଦୁଝର ୮୯, ଭଦ୍ରକ ୮୪, ବଲାଙ୍ଗିର ୮୨, ଜଗତସିଂହପୁର ୭୬, ସୁନ୍ଦରଗଡ଼ ୭୨, ବୌଦ୍ଧ ୬୪, ସୋନପୁର ୫୩, ଝାରସୁଗୁଡ଼ା ୫୨, ନୟାଗଡ଼ ୪୮, କଳାହାଣ୍ଡି ୪୭, କନ୍ଧମାଳ ୪୬, ଗଞ୍ଜାମ ୪୨, ନୂଆପଡ଼ା ୪୨, ଢେଙ୍କାନାଳ ୪୦, କୋରାପୁଟ ୩୯, ମାଲକାନଗିରି ୩୫, ବାଲେଶ୍ୱର ୩୪, ଦେବଗଡ଼ ୨୨, ରାୟଗଡ଼ା ୧୪, ନବରଙ୍ଗପୁର ୧୩, ଗଜପତି ୧୦ ଓ ଷ୍ଟେଟ ପୁଲରୁ ୨୦୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଏଯାବତ୍ ରାଜ୍ୟରେ ୨ ଲକ୍ଷ ୫୨ ହଜାର ୨୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୨୭ ହଜାର ୬୧୫ ଜଣ ସୁସ୍ଥ ହୋଇ ସାରିଲେଣି । ୧ ହଜାର ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ସଂକ୍ରମଣରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା ।