ବାଲେଶ୍ୱର: କରୋନା ମୁକାବିଲା ପାଇଁ ଆଜି ବାଲେଶ୍ୱର ଜିଲ୍ଲାରେ କୋଭିଡ୍-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି। କୁରୁଡ଼ାସ୍ଥିତ ଜ୍ୟୋତି ହସ୍ପିଟାଲକୁ କୋଭିଡ୍-୧୯ ହସ୍ପିଟାଲରେ ପରିଣତ କରାଯାଇଛି। ଜ୍ୟୋତି ହସ୍ପିଟାଲ୍ ଦ୍ୱାରା ପରିଚାଳିତ ଏହି କୋଭିଡ୍-୧୯ ହସ୍ପିଟାଲକୁ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଅନୁଦାନ ଦେଇଛି । ଏହି ହସ୍ପିଟାଲରେ ୧୦୦ଟି ବେଡ୍ ସହ ୨୦ଟି ଭେଂଟିଲେଟର ଥିବା ଆଇସିୟୁ ରହିଛି। ଏହାଛଡ଼ା ୮ଟି ଏଚଡିୟୁ ବେଡ୍ ରହିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲାରେ କୋଭିଡ୍-୧୯ ହସ୍ପିଟାଲ ପାଇଁ ପ୍ରଥମ ପର୍ଯ୍ୟାୟରେ ବାମପଦାସ୍ଥିତ ନୋସି ବିଜନେସ ପାର୍କ ଓ ଜ୍ୟୋତି ହସ୍ପିଟାଲକୁ ବଛାଯାଇଥିଲା।