କୋଭିଡ ମୁକାବିଲା ପାଇଁ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇ ନାହିଁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ମାସ୍କ କିଣିଛନ୍ତି। କୋଭିଡ ମୁକାବିଲା ପାଇଁ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ସମୟରେ ଲୋକେ କରୋନା ଯୋଦ୍ଧାଙ୍କର ମନୋବଳ ନ ଭାଙ୍ଗନ୍ତୁ।

ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି, ମାସ୍କ କିଣିବାରେ ମଧ୍ୟ କୌଣସି ଦୁର୍ନୀତି ହୋଇନାହିଁ। କେନ୍ଦ୍ର ସରକାର ଆରମ୍ଭରୁ ୧୦ଟଙ୍କାରେ ମାସ୍କ କିଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରେ ଏହାକୁ ୧୬ଟଙ୍କାରେ କିଣିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି, ମାର୍ଚ୍ଚ ୨୪ରେ କେନ୍ଦ୍ରର ନିର୍ଦ୍ଦେଶ ଆସିବା ପରେ ମାସ୍କ କିଣାଯାଇଛି। ସେ କହିଛନ୍ତି ଯେ ନବୀନ ସରକାର କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ କାମ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତିି, ରାଜ୍ୟର ଡାକ୍ତର, ମେଡିକାଲ ଷ୍ଟାଫ, ସରକାରୀ ଅଫିସରଙ୍କ ପାଇଁ ରାଜ୍ୟ ସରକାର ଗର୍ବିତ।