ଭୁବନେଶ୍ୱର: ଓଡିଶାରେ ପୁଣି ଥରେ ଆରମ୍ଭ ହେବ ଆଣ୍ଟିବଡି ଟେଷ୍ଟ । ଆଣ୍ଟିବଡି ଟେଷ୍ଟ ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଆସନ୍ତା ସପ୍ତାହରେ ରାଜ୍ୟରେ ପହଂଚିବ ଆଇସିଏମଆର୍ କିଟ୍ । ଘରକୁ ଘର ଚାଲିଥିବା କୋଭିଡ ଟେଷ୍ଟରେ ଏହି କିଟ ସାମିଲ ହେବ । ସେଥିପାଇଁ ଆସନ୍ତାକାଲି ଏନେଇ ଏକ ଯୋଜନା ପ୍ରସ୍ତୁତ ହେବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ନାହିଁ କିମ୍ବା ସଂଙ୍ଗୀନ ପରିସ୍ଥିତି ହୋଇନାହିଁ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ମଧ୍ୟ ରହିଛି । ହେଲେ ପ୍ରତିଦିନ ଲୋକାଲ କେସରୁ ଆକ୍ରାନ୍ତ ବାହାରିବା ଏକପ୍ରକାର ଚିନ୍ତାର କାରଣ ପାଲଟିଛି ।