ଭାରତ ବାୟୋଟେକ୍‌ ପ୍ରସ୍ତୁତ କଲା ଦେଶର ପ୍ରଥମ କେ‌ାଭିଡ୍‌-୧୯ ପ୍ରତିଷେଧକ ଟୀକା

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା ପାଇଁ  ଟିକା ପ୍ରସ୍ତୁତି ଲାଗି  ବହୁ ଦେଶ ଅଣ୍ଟା ଭିଡ଼ିଥିବା ବେଳେ ଆମ ଦେଶ ଭାରତ ମଧ୍ୟ ଏହି ଦୌଡ଼ରେ ନିଜକୁ ସାମିଲ୍‌ କରିଛି। ଶେ‌ଷରେ ଆମ  ଦେଶ ସ୍ଵକୀୟ ଗବେଷଣା ବଳରେ ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାରେ ସମର୍ଥ ହୋଇଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆସିଏମ୍‌ଆର୍‌) ଓ ପୁଣେର ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ସହ ମିଳିତ ଭାବେ ଗବେଷଣା କରି ଭାରତ ବାୟୋଟେକ୍‌ ନାମକ ହାଇଦ୍ରାବାଦ୍‌ର ଏକ ଫାର୍ମା କମ୍ପାନି କୋହିଡ୍-୧୯ ଟିକା ପ୍ରସ୍ତୁତ କରିଥିବା ସୂଚନା ରହିଛି।

ମଣିଷ ଉପରେ ଏହି ପ୍ରତିଷେଧକ ଟୀକାର ପରୀକ୍ଷଣ କରିବା ପାଇଁ ଡ୍ରଗ୍ କଂଟ୍ରୋଲର୍ ଜେନେରାଲ୍‌ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ମଧ୍ୟ ଅନୁମତି ପ୍ରଦାନ କରିଛି। ପୂର୍ବ ପରୀକ୍ଷିତ ତଥ୍ୟରୁ ଜ‌ାଣିବାକୁ ମିିଳିଛି ଯେ ଏହି ଟୀକା ପୂରାପୂରି ଭାବେ ବିପଦଶୂନ୍ୟ। ଏହାକୁ ମଣିଷ ଶରୀରରେ ପରୀକ୍ଷା କରାଯାଇ ପାରିବ।  ଜୁଲାଇ ମାସରେ ଏହାକୁ ମଣିଷ ଶରୀରରେ ପରୀକ୍ଷଣ କରାଯିବ ବୋଲି ସୂଚନା ରହିଛି।

ଆପଣ ଜାଣିଥିବେ ଯେ ଆରମ୍ଭରୁ କରୋନା ଭାଇରସ୍‌ ପାଇଁ ପ୍ରତିଷେଧକ ଟୀକା ବାହାର କରିବା ପାଇଁ ବିଶ୍ବର ବିଭିନ୍ନ ରାଷ୍ଟ୍ରର ଗ‌େବେଷକ ଚେଷ୍ଟା ଜାରି ରଖଛନ୍ତି। ଏପରିକି ଏହି କେହି ଏଥିରେ ସଫଳତା ପାଇଥିବା ବି ଦାବି କରିଛନ୍ତି। ବିଶ୍ୱର ଅନେକ ସ୍ଥାନରେ ଏବେ ମଣିଷଙ୍କ ଶରୀରରେ କରୋନା ଭାଇରସ୍‌ ପ୍ରତିଷେଧକ ଟିକା ପରୀକ୍ଷଣ ଆରମ୍ଭ ହୋଇଛି। ଆଶା କରାଯାଉଛି ଯେ ଦୀର୍ଘ ଧରି ଯାହାକୁ ଆମ ସମସ୍ତଙ୍କୁ ଅପେକ୍ଷା ରହିଥିଲା ତାହା ଘଟିବାକୁ ଯାଉଛି। ଖୁବ୍ ଶୀଘ୍ର କରୋନା ସହ ମୁକାବିଲା କରିବାକୁ ପ୍ରତିଷେଧକ ଉପଲବ୍ଧ ହେବ ବୋଲି ସମସ୍ତେ ଆଶାବାଦୀ।