ଭୁବନେଶ୍ୱର: ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ଭିତରେ ଜଣେ କରୋନା ଆକ୍ରାନ୍ତ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଆକ୍ରାନ୍ତ ମହିଳା ଜଣକ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ପୁତ୍ର ଓ କନ୍ୟା ସନ୍ତାନ ପ୍ରସବ କରିଛନ୍ତି । ଏବଂ ନବଜାତ ଯମଜ ସନ୍ତାନ ସୁସ୍ଥ ଥିବା ମଧ୍ୟ ସୂଚନା ମିଳିଛି । ଆଜି ଏମକେସିଜି ମେଡିକାଲର ସ୍ୱତନ୍ତ୍ର କୋଭିଡ କାଜୁଆଲିଟିରେ ସେ ପ୍ରସବ କରିଥିବା ଜଣାପଡିଛି । ପ୍ରସବ କରିଥିବା ମହିଳା ଜଣକ ଜଣେ ସୁରତ ଫେରନ୍ତା ଥିଲେ ଏବଂ ସେ କ୍ୱାରେନଂଟାଇନ୍ ରେ ରହିଥିଲେ । ମାତ୍ର ପରବର୍ତୀ ସମୟରେ କରୋନା ପଜେଟିଭ ଚିହ୍ନଟ ହେବା ପରେ ସେ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ । ତେବେ ଆଜି ତାଙ୍କର ପ୍ରସବ ବେଦନା ହେବାକୁ ତାକୁ ତୁରନ୍ତ ଏମକେସିଜିକୁ ନିଆଯାଇଥିଲା ।